ଓ୍ବାସିଂଟନ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସପ୍ତାହରେ ଅନେକ ଦେଶ ଉପରେ ଶୁଳ୍କ ଘୋଷଣା କରିଛନ୍ତି। ଟ୍ରମ୍ପ କାନାଡା, ବ୍ରାଜିଲ, ଭାରତ, ତାଇୱାନ ଏବଂ ସ୍ୱିଜରଲ୍ୟାଣ୍ଡ ପାଇଁ ନୂତନ ଶୁଳ୍କ ହାର ଲାଗୁ କରିଛନ୍ତି। ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଚର୍ଚ୍ଚା ଜାରି ରହିଛି । ଏହା ସତ୍ତ୍ବେ ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର ରବିବାର ସ୍ପଷ୍ଟ କରିଛନ୍ତି ଯେ ଦେଶଗୁଡ଼ିକ ଉପରେ ଲାଗୁ ହୋଇଥିବା ଶୁଳ୍କରେ କୌଣସି ପରିବର୍ତ୍ତନ ହେବ ନାହିଁ।
ଆମେରିକୀୟ ନ୍ୟୁଜ୍ ଚ୍ୟାନେଲ ସିବିଏସର ଏକ ରିପୋର୍ଟ ଅନୁଯାୟୀ, ଜେମିସନ ଗ୍ରୀୟର କହିଛନ୍ତି ଯେ ବାଣିଜ୍ୟ ଚୁକ୍ତି ଉପରେ ଅନେକ ଦେଶ ସହିତ ଆଲୋଚନା ଚାଲିଥିବା ସତ୍ତ୍ୱେ, ସ୍ଥିର ହୋଇଥିବା ଶୁଳ୍କ ସମାନ ରହିବ। ଟ୍ରମ୍ପ କାନାଡାରୁ ଆସୁଥିବା ଅନେକ ସାମଗ୍ରୀ ଉପରେ ୩୫ ପ୍ରତିଶତ, ବ୍ରାଜିଲ ପାଇଁ ୫୦ ପ୍ରତିଶତ, ଭାରତ ପାଇଁ ୨୫ ପ୍ରତିଶତ, ତାଇୱାନ ପାଇଁ ୨୦ ପ୍ରତିଶତ ଏବଂ ସ୍ୱିଜରଲ୍ୟାଣ୍ଡ ପାଇଁ ୩୯ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି।
ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ସମ୍ପ୍ରତି ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି ଏବଂ ଭାରତୀୟ ଅର୍ଥନୀତିକୁ ଏକ ମୃତ ଅର୍ଥନୀତି ବୋଲି ମଧ୍ୟ କହିଛନ୍ତି। ଭାରତ ଅନୁଯାୟୀ, ଟ୍ରେଲ୍ ଡିଲ୍ ସମ୍ପର୍କରେ ଆଲୋଚନା ଏବେ ବି ଚାଲିଛି ଏବଂ ଏହି ମାସରେ ଏକ ଆମେରିକୀୟ ପ୍ରତିନିଧି ଦଳ ଭାରତ ଗସ୍ତ କରିପାରନ୍ତି। ତେବେ କୃଷି, ଡାଇରି ଭଳି କ୍ଷେତ୍ରକୁ ଆମେରିକା ପାଇଁ ଖୋଲାଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି ।