ନୂଆଦିଲ୍ଲୀ: ମେଘାଳୟରେ ହନିମୁନ ହତ୍ୟା ମାମଲାର ପୁଣି ଆସିଲା ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ହତ୍ୟାକାଣ୍ଡର ଖିଅ କେମିତି ପାଇଲା ପୋଲିସ ତାହା ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କୁରାଢି ଖୋଲିଦେଲା ହତ୍ୟାର ଗୁମର । ହତ୍ୟା ପରେ ଫିଙ୍ଗିଦେଇଥିବା କୁରାଢି କହିଲା କେମିତି ହୋଇଥିଲା ହତ୍ୟା ।
କୁହାଯାଉଛି ନିଜ ଭୁଲ ଯୋଗୁଁ ହିଁ ଧରାପଡ଼ିଗଲେ ସୋନମ୍ ଓ ତାଙ୍କ ପୁରୁଷ ବନ୍ଧୁ ରାଜ୍ କୁଶୱାହା । ହତ୍ୟା ପାଇଁ ବ୍ୟବହୃତ କୁରାଢ଼ି ଜବତ ପରେ ପୋଲିସ ଅଧିକାରୀଙ୍କ ସନ୍ଦେହ ବଢ଼ିଥିଲା ଏବଂ ପରେ ସୋନମ୍ ଓ ରାଜାଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରିଥିଲା ପୋଲିସ । ଆଉ ତା ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା ।
କୁରାଢ଼ି ଧରାଇଦେଲା ହତ୍ୟାର ସତ । ହତ୍ୟା ପାଇଁ ବ୍ୟବହୃତ ଅସ୍ତ୍ର ସେହି ଅଞ୍ଚଳର ହୋଇନଥିବାରୁ ପୋଲିସର ବଢ଼ିଥିଲା ସନ୍ଦେହ । କୁହାଯାଉଛି ଯେଉଁ ଧାରୁଆ କୁରାଢିରେ ରାଜାଙ୍କୁ ହତ୍ୟା ହୋଇଛି ତାହା ଗଛକଟା ପାଇଁ ବ୍ୟବହାର କରାଯାଏ ।
ସେପଟେ ଉଭୟ ସୋନମ୍ ଓ ରାଜର କଲ୍ ଡିଟେଲ୍ସ ଯାଞ୍ଚ କରାଯାଇଥିଲା । କଲ୍ ଡିଟେଲ୍ସରେ ସାମ୍ନାକୁ ଆସିଥିଲା ସାଂଘାତିକ ସତ । ହତ୍ୟାର ଗୋଟିଏ ଦିନ ପୂର୍ବରୁ ସୁପାରି କିଲର ସହ କଥା ହୋଇଥିଲେ ସୋନମ୍ । ନିଖୋଜ ହେବା ପରେ ବି ପୁରୁଷ ବନ୍ଧୁ ରାଜଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ନିଜ ଲୋକେସନ ରାଜଙ୍କ ସହ ସେୟାର କରୁଥିଲେ । ମଧ୍ୟପ୍ରଦେଶରେ ବସି ୩ ସୁପାରି କିଲରଙ୍କ ସହ ଯୋଗାଯୋଗରେ ଥିଲା ରାଜ୍ କୁଶୱାହା । ବାରାଣସୀ-ଗାଜିପୁର ମୁଖ୍ୟ ରାସ୍ତାର କାଶୀ ଢାବାରୁ ନିଜ ଘରକୁ ଫୋନ୍ କରିଥିଲେ ସୋନମ୍ । ଆଉ ଏହି କଲରୁ ଲୋକେସନ୍ ଟ୍ରାକ୍ କରି ସୋନମକୁ ଧିରିଥିଲା ପୋଲିସ । ତେବେ ଏତେବଡ ହତ୍ୟାକାଣ୍ଡକୁ ସାମାନ୍ୟ କୁରାଢି ହିଁ ସୁରାକ ଦେଇଦେଲା ।
ଅଧିକ ପଢନ୍ତୁ-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/10/HWdMGitao0pBTqOQsAUj.jpg)