ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ଡେଙ୍ଗୁ ଜ୍ବର ଲୋକଙ୍କୁ ଚିନ୍ତାରେ ପକାଇଛି। ତେବେ ଭାରତରେ ଡେଙ୍ଗୁ ପାଇଁ ଟିକାର ବିକାଶ ଉପରେ କାମ ଚାଲିଛି ବୋଲି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ କହିଛନ୍ତି। ଉକ୍ତ ଟିକାର ବିସ୍ତୃତ ପରୀକ୍ଷଣ ଚାଲିଛି। ଡେଙ୍ଗୁ ଟିକାର ବିକାଶ ଭାରତ ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟସୂଚୀ। ଆମେ ଏହାକୁ ଯତ୍ନର ସହିତ ଅନୁଧ୍ୟାନ କରୁଛୁ। ନିର୍ଦ୍ଦିଷ୍ଟ କେତୋଟି ଡେଙ୍ଗୁ ଷ୍ଟ୍ରେନ୍ର ଲାଇସେନ୍ସ କିଛି ଭାରତୀୟ କମ୍ପାନିଙ୍କୁ ଦିଆଯାଇଛି। ଅନେକ କମ୍ପାନି ବିଦେଶରେ ସେମାନଙ୍କ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଚଳାଇଛନ୍ତି। ଆମେ ଏହା ଉପରେ ପୁଙ୍ଖାନୁପୁଙ୍ଖ କାର୍ଯ୍ୟ କରିବା ଯୋଜନା ରଖିଛୁ ବୋଲି ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp