ଚଣ୍ଡୀଗଡ଼: ଉପରେ ବାଲି ପଡ଼ିଯିବାରୁ ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଜଣେ ଶ୍ରମିକ ୭୦ ଫୁଟ୍ ଗଭୀର ବୋର୍ୱେଲ୍ ଭିତରେ ଫସି ରହିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଶନିବାର ସନ୍ଧ୍ୟା ବେଳେ ଘଟଣାଟି କର୍ତାରପୁର ନିକଟରେ ଘଟିଛି। ବୋର୍ୱେଲ୍ ଭିତରେ ଲାଖି ଯାଇଥିବା ବୋରିଙ୍ଗ୍ ମେସିନ୍ର କିଛି ଅଂଶକୁ ବାହାର କରିବା ଲାଗି ସୁରେଶ ଓ ଅନ୍ୟ ଶ୍ରମିକମାନେ ଉକ୍ତ ବୋର୍ୱେଲ୍ ଭିତରେ ପଶିଥିଲେ।
ଅନ୍ୟ ଶ୍ରମିକମାନେ ପଳାଇ ଆସିବାକୁ ସମର୍ଥ ହୋଇଥିବା ବେଳେ ସୁରେଶଙ୍କ ଉପରେ ବାଲି ପଡ଼ିଯିବାରୁ ସେ ବୋର୍ୱେଲ୍ ଭିତରେ ଫସିଯାଇଥିବା କଥା ସେମାନେ କହୁଛନ୍ତି।
ସୁରେଶଙ୍କୁ ଉଦ୍ଧାର କରିବା ଲାଗି ଜିଲ୍ଲା ପ୍ରଶାସନ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଅଭିଯାନ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ-କାତ୍ରା ଏକ୍ସ୍ପ୍ରେସ୍ୱେ ପ୍ରକଳ୍ପ ପାଇଁ ‘ପିଲାର୍’ ଉଠାଇବା ପାଇଁ ଏହି ବୋର୍ୱେଲ୍ ଖୋଳା ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/10ab88d8-ecc7-418a-b797-25cc591f7233.jpg)