ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗରେ ଫସି ରହିଥିବା ୪୦ ଜଣ ନିର୍ମାଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ନୂଆଦିଲ୍ଲୀରୁ ବିମାନରେ ଆସିଥିବା ଏକ ଆମେରିକୀୟ ଅଗର ଡ୍ରିଲ ମେସିନ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। ଏହି ସ୍ୱତନ୍ତ୍ର ଉପକରଣ ସଫେଇ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ଏବଂ ଫସି ରହିଥିବା ଶ୍ରମିକମାନଙ୍କୁ ନିରାପଦ ଉଦ୍ଧାରରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ଦୀର୍ଘ ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ବନ୍ଦୀ ହୋଇ ରହିଛନ୍ତି, ସେମାନଙ୍କ ଜୀବନ ଏବେ ସୂତାଖିଅରେ ଝୁଲୁଛି। ଗତ ନଭେମ୍ବର ୧୨ ତାରିଖରେ ସିଲ୍କିୟାରା ଟନେଲ ପ୍ରକଳ୍ପ ଭୁଶୁଡ଼ି ପଡ଼ିବାରୁ ଓଡ଼ିଶାର ୫ ଶ୍ରମିକଙ୍କ ସମେତ ୪୦ ଜଣ ଶ୍ରମିକ ଭଗ୍ନାବଶେଷ ଭିତରେ ଫସି ରହିଛନ୍ତି। ଶ୍ରମିକମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଉଛି। ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କ ସହ ନିୟମିତ ଯୋଗାଯୋଗ ରଖୁଛନ୍ତି, ଯାହାଦ୍ୱାରା ସେମାନଙ୍କ ଉତ୍ସାହ ଅତୁଟ ରହିବ। ୨୦୧୮ରେ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିବା ଶିଶୁମାନଙ୍କୁ ସଫଳତାର ସହ ଉଦ୍ଧାର କରିଥିବା ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞ ଟିମ୍‌ ଏବେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଛନ୍ତି।

Advertisment

ପାସେଜ୍ ସଫା ହେବା ପରେ ଗୋଟିଏ ପରେ ଗୋଟିଏ ୮୦୦ ମିଲିମିଟର ଓ ୯୦୦ ମିଲିମିଟର ବ୍ୟାସବିଶିଷ୍ଟ ଷ୍ଟିଲ୍ ପାଇପ୍ ଲଗାଯିବ। ଏହି ପ୍ରକ୍ରିୟା ସରିବା ପରେ ଭଗ୍ନାବଶେଷର ଅନ୍ୟ ପାର୍ଶ୍ୱରେ ଫସି ରହିଥିବା ଶ୍ରମିକମାନେ ତା’ ଭିତର ଦେଇ ବାହାରକୁ ଆସିପାରିବେ। ଦୀର୍ଘ ୭୦ ଘଣ୍ଟାର ନିରବଚ୍ଛିନ୍ନ ଅପରେସନ ପରେ ଗତକାଲି ପୁଣି ଥରେ ଭୂସ୍ଖଳନ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଉଦ୍ଧାରକାରୀ ଦଳ ‘ଆମେରିକୀୟ ଅଗର’ ପାଇଁ ଏକ ପ୍ଲାଟଫର୍ମ ନିର୍ମାଣରେ ଘଣ୍ଟା ଘଣ୍ଟା ବିନିଯୋଗ କରିଥିଲେ, କିନ୍ତୁ ନୂତନ ଭୂସ୍ଖଳନ ଯୋଗୁଁ ସେମାନେ ମେସିନକୁ ଅଚଳ କରି ପୁଣିଥରେ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ। ଡ୍ରିଲିଂ କମା ଜୋର‌େସା‌ରରେ ଚାଲିଛି। ଡ୍ରିଲିଂ ପରେ ଏକ ପାଇପ ‌େଯ‌ାଗେ ଶ୍ରମିକମାନଙ୍କୁ ବାହାରକୁ ଅଣାଯିବ। ଏଥିପାଇଁ ଆଉ ଦୁଇ ଦିନ ଲାଗିଯିବ ବୋଲି କୁହାଯାଉଛି। ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ଆଜି ଓଡ଼ଶାର ଜଣେ ଶ୍ରମିକ ତାଙ୍କର ସଂପର୍କୀୟଙ୍କ ସହିତ କଥା ହୋଇଛନ୍ତି। ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।