ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ବିକ୍ରମ ଲ୍ୟାଣ୍ଡରକୁ ଅବତରଣ କରାଇବାର ଦ୍ୱିତୀୟ ପ୍ରୟାସ ଆରମ୍ଭ କରିଛି ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ର  ବିକ୍ରମ ଲ୍ୟାଣ୍ଡରକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ପ୍ରଥମ ଚେଷ୍ଟାରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବାରେ ବିଫଳ ହୋଇଥିଲା । କିନ୍ତୁ ଏବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱିତୀୟ ଥର ପାଇଁ ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରାଇବା ପାଇଁ ଚେଷ୍ଟା କରୁଥିବା ଜଣା ପଡ଼ିଛି । ଏ ନେଇ ଶନିବାର ସୂଚନା ଦେଇଛନ୍ତି ଇସ୍ରୋର ମୁଖ୍ୟ କେ.ସିବନ୍ ।

Image result for working-on-vikram-lander-s-second-landing-on-moon-s-south-pole-says-isro-chief
India Today

ଶନିବାର ଆଇଆଇଟି ଦିଲ୍ଲୀର ସମାବର୍ତ୍ତନ ଉତ୍ସବରେ ଇସ୍ରୋର ମୁଖ୍ୟ କେ.ସିବନଙ୍କୁ ଏ ନେଇ ପ୍ରଶ୍ନ କରାଯାଇଥିଲା । ଇସ୍ରୋ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଆଉ ଏକ ଅବତରଣ ପାଇଁ ଚେଷ୍ଟା କରିବ କି ବୋଲି ପ୍ରଶ୍ନ କରିବା ପରେ ନିଶ୍ଚିତ ବୋଲି କହିଥିଲେ ସିବନ୍ । ପ୍ରଥମ ବିଫଳତା ପରେ ଏବେ ଆମେ ବିକ୍ରମ ଲ୍ୟାଣ୍ଡରର ଯନ୍ତ୍ରପାତି ଉପରେ ଅଧିକ କାମ କରିବା ଆରମ୍ଭ କରିଛୁ । ଦ୍ୱିତୀୟ ଥର ବିକ୍ରମ ଲ୍ୟାଣ୍ଡରକୁ ଅବତରଣ କରାଇବା ପାଇଁ ଆମେ ସମସ୍ତ ଯୋଜନା ଆରମ୍ଭ କରି ସାରିଛୁ ବୋଲି ଆଇଆଇଟି ଦିଲ୍ଲୀର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ କହିଛନ୍ତି ଇସ୍ରୋର ମୁଖ୍ୟ।

ସମ୍ବନ୍ଧିତ ଖବର