ନଗରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ସକାଶେ ସାମାଜିକ ନିରାପତ୍ତା ପାଣ୍ଠି ଭାବେ ଭାରତ ପାଇଁ ୧ ବିଲିୟନ୍ ଡଲାର୍ ଅନୁମୋଦନ କଲା ବିଶ୍ବ ବ୍ୟାଙ୍କ୍

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ସମୟରେ ଦେଶର ନଗରାଞ୍ଚଳ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ଲାଗି ସାମାଜିକ ନିରାପତ୍ତା ବୈଷୟିକ ପାଣ୍ଠି ନିମନ୍ତେ ବିଶ୍ବ ବ୍ୟାଙ୍କ୍ ଭାରତ ପାଇଁ ୧ ବିଲିୟନ୍ ଆମେରିକୀୟ ଡଲାର୍ ଅନୁମୋଦନ କରିଛି।

ବିଶ୍ବ ବ୍ୟାଙ୍କ୍ କହିଛି ଯେ ଏହି ପାଣ୍ଠି ବଳରେ ଭାରତ ବୈଷୟିକ ସ୍ତରରେ ତା’ର ୪୦୦ରୁ ଅଧିକ ସାମାଜିକ ନିରାପତ୍ତା ଯୋଜନାଗୁଡ଼ିକର ସମନ୍ବୟ ରକ୍ଷା କରିପାରିବ।

ବିଶ୍ବ ବ୍ୟାଙ୍କ୍‌ର କଣ୍ଟ୍ରି ଡାଇରେକ୍ଟର୍ ଜୁନୈଦ୍ ଅହମଦ୍ କହିଛନ୍ତି, ଗ୍ରାମୀଣ ଅଞ୍ଚଳର ଗରିବଙ୍କ ପରି ନଗରାଞ୍ଚଳ ଗରିବଙ୍କ ସାମାଜିକ ନିରାପତ୍ତାର ପୁନଃଭାରସାମ୍ୟ ରକ୍ଷା କରିବା କ୍ଷେତ୍ରରେ ଏହି ପ୍ରକଳ୍ପର ଗୁରୁତ୍ବ ରହିବ। ମୋର ମନେହୁଏ, କୋଭିଡ୍-୧୯ ପରବର୍ତ୍ତୀ ପରିସ୍ଥିତିରେ ଭାରତ ଜୀବନ ଓ ଜୀବିକା ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁ ନ ଥିବାରୁ କ୍ଷେତ୍ର ନିର୍ଦ୍ଧାରଣ ଅର୍ଥରେ ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଖୁବ୍ ଗୁରୁତ୍ବପୂର୍ଣ୍ଣ।

Image Source: Zee News

ବିଶ୍ବ ବ୍ୟାଙ୍କ୍ କହିଛି ଯେ ପୂର୍ବରୁ ସ୍ବାସ୍ଥ୍ୟ ପାଇଁ ଘୋଷିତ ସମାନ ପ୍ରକାରର ଏକ ପ୍ୟାକେଜ୍ ପରେ ଏହି ପାଣ୍ଠି ହେଉଛି ସର୍ବବୃହତ୍ ପ୍ରକଳ୍ପ। ଭାରତର ସ୍ବସ୍ଥ୍ୟ ‌ସେକ୍ଟର୍ ପାଇଁ ବିଶ୍ବ ବ୍ୟାଙ୍କ୍ ୧ ବିଲିୟନ୍ ଡଲାର୍ ଅନୁମୋଦନ କରିଥିଲା।

ବିଶ୍ବ ବ୍ୟାଙ୍କ୍‌ର ବରିଷ୍ଠ ଅଧିକାରୀ ଶ୍ରୟଣ ଭଟ୍ଟାଚାର୍ଯ୍ୟ କହିଛନ୍ତି, ବିଶ୍ବ ବ୍ୟାଙ୍କ୍ କହିଛି ଯେ ସରକାରଙ୍କ ସହଯୋଗରେ ସମ୍ଭବପର ହୋଇଥିବା ଏହି ସାହାଯ୍ୟର ଲକ୍ଷ୍ୟ ହେଉଛି ପ୍ଲାଟ୍‌ଫର୍ମଗୁଡ଼ିକୁ ସମନ୍ବିତ କରିବା। ଫଳରେ ଗୁଡ଼ାଏ ସାମାଜିକ ଯୋଜନାର ସୁଫଳ ପାଇବାକୁ ଲୋକମାନଙ୍କୁ ଏଣେତେଣେ ଧାଆଁଦୌଡ଼ କରିବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର