ନୂଆଦିଲ୍ଲୀ: ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପ୍ରସଙ୍ଗରେ ପାକିସ୍ତାନକୁ ବିଶ୍ବବ୍ୟାଙ୍କରୁ ବଡ଼ ଧକ୍କା ମିଳିଛି। ଏହି ମାମଲାରେ ବିଶ୍ବବ୍ୟାଙ୍କ କେବଳ ଜଣେ ସୁଗମକର୍ତ୍ତା ଛଡ଼ା ଅଧିକ କିଛି କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଗତମାସ ୨୨ ତାରିଖରେ ପହଲଗାମ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ରାଜିନାମାକୁ ସ୍ଥଗିତ ରଖିଛନ୍ତି। ସୁଗମକର୍ତ୍ତା ବ୍ୟତୀତ ଆମେ ଅଧିକ କିଛି ଭୂମିକା ନିଭାଇ ପାରିବୁ ନାହିଁ। ବିଶ୍ବବ୍ୟାଙ୍କ ଏହି ମାମଲାରେ ହସ୍ତକ୍ଷେପ କରି କିଛି କରିବ ବୋଲି ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ବିଶ୍ବବ୍ୟାଙ୍କ ସଭାପତି ଅଜୟ ବାଙ୍ଗା ଏଭଳି ମନ୍ତବ୍ୟ ଦେଇଛନ୍ତି। ସିନ୍ଧୁ ଜଳ ରାଜିନାମାକୁ ଭାରତ ସ୍ଥଗିତ ରଖିଥିବାରୁ ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ ନେଇ ପ୍ରସ୍ତୁତି ଚଳାଇଛି।
ଆଦୌ ହସ୍ତକ୍ଷେପ କରିବୁନି: ଅଜୟ ବାଙ୍ଗା
ଭାରତ ସହ ଆଇନଗତ ଲଢ଼େଇ ଲଢ଼ିବା ଉପରେ ବିଚାର କରୁଛି ବୋଲି ପାକିସ୍ତାନର ଆଇନ ଓ ନ୍ୟାୟ ମନ୍ତ୍ରୀ ଅକିଲ୍ ମଲିକ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ପାକିସ୍ତାନ ଅତିକମ୍ରେ ୩ଟି ଆଇନଗତ ବିକଳ୍ପ ସଂପର୍କରେ ଚିନ୍ତା କରୁଛି। ସେଥିରୁ ଗୋଟିଏ ହେଲା ଉକ୍ତ ଚୁକ୍ତିର ସୁଗମକର୍ତ୍ତା ବିଶ୍ବବ୍ୟାଙ୍କ ନିକଟରେ ଏହି ପ୍ରସଙ୍ଗ ଉତ୍ଥାପିତ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ଯେଉଁ ଜଳ ଉପରେ ଭାରତର ଅଧିକାର ରହିଛି ତାହାକୁ ଭାରତ ପାଇଁ ବ୍ୟବହାର କରାଯିବ। ଚେନାବ ନଦୀର ସଲାଲ ଡ୍ୟାମ୍ର ୩ଟି କବାଟ ସଂପୂର୍ଣ୍ଣ ଖୋଲା ରହିଛି। ଏହି ଡ୍ୟାମ୍ ଜଳକୁ ଭାରତ ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/10/zJHOGGYWLLkFUTDXduNl.jpg)