ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁସ୍ଥିତ ‘ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମ୍’ରେ ଆୟୋଜିତ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିଣିବା ପରେ ଇଂଲଣ୍ଡ୍ର ଅଧିନାୟକ ଜସ୍ ବଟ୍ଲର୍ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ୨ଟି ବଲ୍ ଖେଳି କୌଣସି ୱିକେଟ୍ ନ ହରାଇ ଇଂଲଣ୍ଡ୍ ୨ ରନ୍ ସଂଗ୍ରହ କରିଛି।
ଇଂଲଣ୍ଡ୍ ତରଫରୁ ଓପେନିଙ୍ଗ୍ ଯୋଡ଼ି ଭାବେ ଖେଳୁଛନ୍ତି ଜନି ବେୟାର୍ଷ୍ଟୋ ଓ ଡେୱିଡ୍ ମେଲାନ୍।
ଶ୍ରୀଲଙ୍କା ପକ୍ଷରୁ ବୋଲିଙ୍ଗ୍ କରୁଛନ୍ତି ଦିଲ୍ସାନ୍ ମାଦୁଶଙ୍କ।
/sambad/media/post_attachments/wp-content/uploads/2023/10/crick-3.jpg)
‘ଟସ୍’ ଜିଣିବା ପରେ ଇଂଲଣ୍ଡ୍ର ଅଧିନାୟକ ଜସ୍ ବଟ୍ଲର୍ କହିଛନ୍ତି, ଭଲ ୱିକେଟ୍ ଦିଶୁଛି। ଟିକେ ଶୁଖିଲା ଅଛି କିନ୍ତୁ, ଆମକୁ ରନ୍ ସଂଗ୍ରହ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଆମ ଟିମ୍ରେ ଉତ୍କୃଷ୍ଟ ଖେଳାଳି ଥିବାରୁ ଆମେ ଭଲ ଖେଳିବୁ।
ଶ୍ରୀଲଙ୍କାର ଅଧିନାୟକ କୁଶଳ ମେଣ୍ଡିସ୍ କହିଛନ୍ତି, ଏ ପିଚ୍ ଭଲ ହୋଇଥିବାରୁ ଆମେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ଇଚ୍ଛା କରୁଥିଲୁ। ଗତ ମ୍ୟାଚ୍ରେ ଆମେ ସବୁଥିରେ ଭଲ ଖେଳିଥିଲୁ। ଆଜିର ବୋଲିଙ୍ଗ୍ରେ ପ୍ରାରମ୍ଭରୁ ହିଁ ଆମକୁ ଭଲ ଖେଳିବାକୁ ପଡ଼ିବ।
ଇଂଲଣ୍ଡ୍ ଏକାଦଶରେ ଖେଳୁଛନ୍ତି, ଜନି ବେୟାର୍ଷ୍ଟୋ, ଡେୱିଡ୍ ମେଲାନ୍, ଜୋ ରୁଟ୍, ବେନ୍ ଷ୍ଟୋକ୍ସ୍, ଜସ୍ ବଟ୍ଲର୍ (ୱିକେଟ୍ରକ୍ଷକ/ଅଧିନାୟକ), ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ମୋଇନ୍ ଅଲି, କ୍ରିସ୍ ୱଆକ୍ସ୍, ଡେଭିଡ୍ ୱିଲି, ଆଦିଲ୍ ରଶିଦ୍ ଓ ମାର୍କ ଉଡ୍।
ସେହିପରି, ଶ୍ରୀଲଙ୍କା ଏକାଦଶରେ ଖେଳୁଛନ୍ତି, ପାଥୁମ୍ ନିଶଙ୍କ, କୁଶଳ ପେରେରା, କୁଶଲ ମେଣ୍ଡିସ୍ (ୱିକେଟ୍ରକ୍ଷକ/ଅଧିନାୟକ), ସାଦୀରା ସମରବିକ୍ରମ, ଚରିତ ଆସଲଙ୍କା, ଧନଞ୍ଜୟ ଡି ସିଲ୍ଭା, ଏଞ୍ଜେଲିଓ ମାଥ୍ୟୁସ୍, ମହୀଶ ତୀକ୍ଷଣ, କାସୁନ ରଜିତ, ଲାହିରୁ କୁମାର ଓ ଦିଲ୍ସାନ୍ ମାଦୁଶଙ୍କ।