ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିଣିବା ପରେ ଇଂଲଣ୍ଡ୍ ଟିମ୍ର ଅଧିନାୟକ ଜସ୍ ବଟ୍ଲର୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ୫.୧ ଓଭର୍ ଖେଳି ୧ ୱିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ୧୭ ରନ୍ ସଂଗ୍ରହ କରିଛି।
ଆଜି ଇଂଲଣ୍ଡ୍ ଏକାଦଶରେ ଖେଳୁଛନ୍ତି, ଜନି ବେୟାର୍ଷ୍ଟୋ, ଡାୱିଡ୍ ମେଲାନ୍, ଜୋ ରୁଟ୍, ବେନ୍ ଷ୍ଟୋକ୍ସ୍, ହ୍ୟାରି ବ୍ରୁକ୍, ଜୋସ୍ ବଟ୍ଲର୍ (ଅଧିନାୟକ/ୱିକେଟ୍ ରକ୍ଷକ), ଡେଭିଡ୍ ୱିଲି, ଆଦିଲ୍ ରଶିଦ୍, ଗସ୍ ଆଟ୍କିନ୍ସନ୍, ମାର୍କ ଉଡ୍ ଓ ରିସି ଟପ୍ଲି।
ସେହିପରି ଦକ୍ଷିଣ ଆଫ୍ରିକା ଏକାଦଶରେ ଖେଳୁଛନ୍ତି, କ୍ବିନ୍ଟନ୍ ଡି କକ୍ (ୱିକେଟ୍ରକ୍ଷକ), ରିଜା ହେଣ୍ଡ୍ରିକ୍ସ୍, ରେସି ଭାନ୍ ଡର୍ ଦୁସେନ୍, ଏଡେନ୍ ମାକ୍ରମ୍ (ଅଧିନାୟକ), ହେନ୍ରିଚ୍ କ୍ଲାସେନ୍, ଡେଭିଡ୍ ମିଲର୍, ମାକ୍ରୋନ୍ ଜାନସେନ୍, ଜେରାଲଡ୍ କୋଟ୍ଜି, କେଶବ ମହାରାଜ, କାଗିସୋ ରାବାଦା ଓ ଲୁନ୍ଗି ଜିଡି।