ପୁଣେ: ଆଜି ପୁଣେର ‘ମହାରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମ୍’ରେ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିଣିବା ପରେ ନିଉଜିଲାଣ୍ଡ୍ ଟିମ୍ର ଅଧିନାୟକ ଟମ୍ ଲାଥାମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ବୋଲିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ୧ ଓଭର୍ ଖେଳି କୌଣସି ୱିକେଟ୍ ନ ହରାଇ ଦକ୍ଷିଣ ଆଫ୍ରିକା ୨ ରନ୍ ସଂଗ୍ରହ କରିଛି।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପେନିଙ୍ଗ୍ ଯୋଡ଼ି ଭାବେ ଖେଳୁଛନ୍ତି, କ୍ବିଣ୍ଟେନ୍ ଡି କକ୍ ଓ ତେମ୍ବା ବାବୁମା
ନିଉଜିଲାଣ୍ଡ୍ ପକ୍ଷରୁ ବୋଲିଙ୍ଗ୍ କରୁଛନ୍ତି ଟ୍ରେଣ୍ଟ୍ ବୋଲ୍ଟ୍।
‘ଟସ୍’ ଜିଣିବା ପରେ ନିଉଜିଲାଣ୍ଡ୍ର ଅଧିନାୟକ ଟମ୍ ଲାଥାମ୍ କହିଛନ୍ତି, ପଡ଼ିଆ ଅପେକ୍ଷାକୃତ ଭଲ ଥିବାରୁ ଆମେ ବୋଲିଙ୍ଗ୍ କରିବୁ। ପରେ କାକର ପଡ଼ିବର ସମ୍ଭାବନା ଅଛି। ଆମ ଟିମ୍ ଭଲ ଖେଳୁଛନ୍ତି। ଆଜିର ଖେଳ ଭଲ ହେବ।
ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାବୁମା କହିଛନ୍ତି, ଆମେ ମଧ୍ୟ ପ୍ରଥମେ ବ୍ୟାଟିଙ୍ଗ୍ କରିବୁ ବୋଲି ଆଶା କରିଥିଲୁ। ପିଚ୍ ଟିକେ ଶୁଖିଲା ଦିଶୁଛି। ଆଲୁଅ ପଡ଼ିଲେ ବଲ୍ ଖସିଯାଇ ପାରେ। ଆମେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଚାହୁଁଛୁ।
ଆଜି ନିଉଜିଲାଣ୍ଡ୍ ଏକାଦଶରେ ଖେଳୁଛନ୍ତି, ଡିଭନ୍ କନ୍ୱେ, ୱିଲ୍ ୟଙ୍ଗ୍, ରେଚିନ୍ ରବୀନ୍ଦ୍ର, ଡେରିଲ୍ ମିସେଲ୍, ଟମ୍ ଲାଥାମ୍ (ୱିକେଟ୍ରକ୍ଷକ/ଅଧିନାୟକ), ଗ୍ଲେନ୍ ଫିଲିପ୍ସ୍, ଜେମସ୍ ନୀଶାମ୍, ମିସେଲ୍ ସାଣ୍ଟର୍, ମ୍ୟାଟ୍ ହେନ୍ରି, ଟିମ୍ ସାଉଥି ଓ ଟ୍ରେଣ୍ଟ୍ ବୋଲ୍ଟ୍।
ସେହିପରି ଦକ୍ଷିଣ ଆଫ୍ରିକା ଏକାଦଶରେ ଖେଳୁଛନ୍ତି, କ୍ବିଣ୍ଟେନ୍ ଡି କକ୍ (ୱିକେଟ୍ରକ୍ଷକ), ତେମ୍ବା ବାବୁମା (ଅଧିନାୟକ), ରେସାଇ ଭାନ୍ ଡର୍ ଦୁସେନ୍, ଏଡେନ୍ ମାର୍କରାମ୍, ହିନ୍ରିଚ୍ କ୍ଲାସେନ୍, ଡେଭିଡ୍ ମିଲର୍, ମାର୍କୋ ଜେନ୍ସେନ୍, ଜେରାଲ୍ଡ୍ କୋଟ୍ଜି, କେଶବ ମହାରାଜ, କାଗିସୋ ରାବାଦା ଓ ଲୁଙ୍ଗୀ ଏନ୍ଗିଡ଼ି।