ଚେନ୍ନାଇ: ଆଜି ଚେନ୍ନାଇସ୍ଥିତ ‘ଏମ୍‌. ଏ. ଚିଦମ୍ବରମ୍‌ ଷ୍ଟାଡିୟମ୍‌’ରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ପାକିସ୍ତାନର ଅଧିନାୟକ ବାବର୍‌ ଆଜମ୍‌ ପ୍ରଥମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ସଦ୍ୟତମ ସୂଚନା ଅନୁସାରେ, ୫ଟି ବଲ୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ପାକିସ୍ତାନ କୌଣସି ରନ୍‌ ସଂଗ୍ରହ କରିନାହିଁ।

ପାକିସ୍ତାନ ତରଫରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ଅବ୍ଦୁଲ୍ଲା ଶଫିକ୍‌ ଓ ଇମାମ୍‌-ଉଲ୍‌-ହକ୍‌।

ଦକ୍ଷିଣ ଆଫ୍ରିକା ତରଫରୁ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ମାକ୍ରୋ ଜେନ୍‌ସେନ୍‌।

‘ଟସ୍‌’ ଜିଣିବା ପରେ ପାକିସ୍ତାନର ଅଧିନାୟକ ବାବର ଆଜମ୍‌ କହିଛନ୍ତି, ଆମେ ଆଗ ବ୍ୟାଟିଙ୍ଗ୍‌ କରିବୁ। ଏବେ ପ୍ରତିଟି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ତେଣୁ, ସେଥିପ୍ରତି ଆମେ ଧ୍ୟାନ ଦେଉଛୁ। ଖେଳର ସବୁ ବିଭବ ଉପରେ ଆମକୁ ସୁଧାର ଆଣିବାକୁ ପଡ଼ିବ, ବିଶେଷକରି ଫିଲ୍‌ଡିଙ୍ଗ୍‌ କ୍ଷେତ୍ରରେ। ଏକତ୍ର ହୋଇ ଭଲ ଖେଳିବାକୁ ଆଲୋଚନା କରିବୁ।

publive-image Image Courtesy of India Today

ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବାବୁମା କହିଛନ୍ତି, ଆମେ ‌କେତେକ ଭଲ ମ୍ୟାଚ୍‌ ଖେଳିଛୁ ଓ ପ୍ରେରଣାଦାୟୀ ଖେଳ ପ୍ରଦର୍ଶନ କରିଛୁ। ବୋଲର୍‌ ଓ ବ୍ୟାଟ୍‌ସ୍‌ମ୍ୟାନଙ୍କର ଦକ୍ଷତା ବୃଦ୍ଧି କରିଛୁ। ଏହା ୪/୫ଟି ଗ୍ରୁପ୍‌ ଖେଳ ପରି ‘ଟି୨୦’ ବିଶ୍ବକପ୍‌ ଖେଳ ପରି ନୁହେଁ। ଆମକୁ ଭଲ ଭାବେ ଖେଳିବାକୁ ପଡ଼ିବ। ଟସ୍‌ ଜିତିଥିଲେ ନିଶ୍ଚୟ ଆଗ ବ୍ୟାଟିଙ୍ଗ୍‌ କରିଥାଆନ୍ତୁ।

ଆଜି ପାକିସ୍ତାନ ଏକାଦଶରେ ଖେଳୁଛନ୍ତି, ଅବ୍ଦୁଲ୍ଲା ଶଫିକ୍‌, ଇମାମ୍‌-ଉଲ୍‌-ହକ୍‌, ବାବର୍‌ ଆଜମ୍‌ (ଅଧିନାୟକ), ମହମ୍ମଦ୍‌ ରିଜ୍‌ୱାନ୍‌ (ୱିକେଟ୍‌ରକ୍ଷକ), ସୌଦ୍‌ ଶକୀଲ୍‌, ଶାଦାବ୍‌ ଖାଁ, ଇଫ୍‌ତିଖାର୍‌ ଅହମଦ୍‌, ମହମ୍ମଦ୍‌ ନୱାଜ୍‌, ଶାହୀନ୍‌ ଆଫ୍ରିଦି, ମହମ୍ମଦ୍‌ ୱାସିନ୍‌ ଜୁନିୟର୍‌ ଓ ହାରିସ୍‌ ରୌଫ୍‌।

ସେହିପରି, ଦକ୍ଷିଣ ଆଫ୍ରିକା ଏକାଦଶରେ ଖେଳୁଛନ୍ତି, କ୍ବିନ୍‌ଟନ୍‌ ଡି କକ୍‌ (ୱିକେଟ୍‌ରକ୍ଷକ), ତେମ୍ବା ବାବୁମା (ଅଧିନାୟକ), ରେସି ଭାନ୍‌ ଡର୍‌ ଦୁସେନ୍‌, ଏଡେନ୍‌ ମାକ୍ରମ୍‌, ‌ହିନ୍‌ରିଚ୍‌ କ୍ଲାସେନ୍‌, ଡେଭିଡ୍‌ ମିଲର୍‌, ମାକ୍ରୋ ଜେନ୍‌ସେନ୍‌, ଜେରାଲ୍‌ଡ୍‌ କ‌ୋଟ୍‌ଜି, କେଶବ ମହାରାଜ, ତାବ୍ରେଜ୍‌ ଶାମ୍‌ସି ଓ ଲୁଙ୍ଗିସାନି ଏନ୍‌ଗିଡି।