ଲକ୍ଷ୍ନୌ: ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଲକ୍ଷ୍ନୌସ୍ଥିତ ‘ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା’ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳା ଯିବାକୁ ଥିବା ଭାରତ-ଇଂଲଣ୍ଡ୍ କ୍ରିକେଟ୍ ମ୍ୟାଚ୍ ଦେଖି ପାରନ୍ତି ବୋଲି ‘ଟାଇମସ୍ ନାଓଁ’ ରିପୋର୍ଟ କରିଛି।
ଅକ୍ଟୋବର ୨୯ ତାରିଖ ଦିନ ଏହି ମ୍ୟାଚ୍ ଖେଳାଯିବା ପାଇଁ ସମୟ-ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ‘ମୁକ୍ତ ବାଣିଜ୍ୟ ରାଜିନାମା’ ଓ ଅନ୍ୟାନ୍ୟ ଦ୍ବିପାକ୍ଷିକ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ନିମନ୍ତେ ଚଳିତ ମାସ ଶେଷ ଆଡ଼କୁ ସୁନକ ଭାରତ ଗସ୍ତରେ ଆସିବାକୁ ଯୋଜନା କରୁଛନ୍ତି। ସେଥିପାଇଁ ଅକ୍ଟୋବର ୨୮ ତାରିଖ ଦିନ ଋଷି ସୁନକ ଭାରତ ଗସ୍ତରେ ଆସି ପାରନ୍ତି ବୋଲି ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
ଭାରତ ସରକାରଙ୍କସୂତ୍ରରୁ ଉଦ୍ଧୃତ କରି ଉକ୍ତ ରିପୋର୍ଟ ଉଲ୍ଲେଖ ଅଛି: ଏଯାଏ କିଛି ଚୂଡ଼ାନ୍ତ ହୋଇନାହିଁ। ଗସ୍ତ ପୂର୍ବରୁ ‘ମୁକ୍ତ ବାଣିଜ୍ୟ ରାଜିନାମା’ ଉପରେ ଅଧିକ ଅଗ୍ରଗତି ହୋଇଥିବା ବୋଲି ଆଶା କରୁଛି। କିନ୍ତୁ, ଏହି ରାଜିନାମା ଚୂଡ଼ାନ୍ତ ହେବା ଉପରେ ତାଙ୍କ ଗସ୍ତର କୌଣସି ସମ୍ପର୍କ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।
ଏହି ପ୍ରସ୍ତାବିତ ରାଜିନାମାର ୨୬ଟି ଅଧ୍ୟାୟରୁ ୨୪ଟି ଚୂଡ଼ାନ୍ତ କରିସାରିଥିଲେ ବି ଉଭୟ ପକ୍ଷା ଏହି ଚୁକ୍ତି ପାଇଁ ତରବର ହେବାକୁ ଚାହୁଁନାହାନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ବାକି ଦୁଇଟି ଅଧ୍ୟାୟରେ ଥିବା କେତେକ ମତପାର୍ଥକ୍ୟର ସମାଧାନ ପାଇଁ ଉଦ୍ୟମ ଚାଲିଛି।