ନୂଆଦିଲ୍ଲୀ: ଯୁବପିଢ଼ିଙ୍କ ଚିନ୍ତାର ଏକ ବଡ଼ କାରଣ ହେଉଛି ଆର୍ଥିକ ସମସ୍ୟା । ଜୀବନଯାପନକୁ ନେଇ ବଢ଼ୁଥିବା ଖର୍ଚ୍ଚକୁ ନେଇ ସେମାନଙ୍କ ଚାପରେ ରହୁଛନ୍ତି । ସେମାନଙ୍କ ଅନ୍ୟତମ ମୁଣ୍ଡବ୍ୟଥାର କାରଣ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଭାବ। ସେମାନେ ଭାବୁଛନ୍ତି ଯେ ଏଆଇ ଜରିଆରେ ହେଉଥିବା ଅଟୋ‌ମେସନ ନୂଆ ଚାକିରି ସୃଷ୍ଟିକୁ ଅଟକାଇ ଦେଉଛି। ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍ଲ୍ୟଇଏଫ୍) ପକ୍ଷରୁ ଜାରି କରାଯାଇଥିବା ୟୁଥ୍‌ ପଲ୍‌ସ ରିପୋର୍ଟ ୨୦୨୬ରେ ଏହା କୁହାଯାଇଛି।ଡବ୍ଲ୍ୟୁଇଏଫ୍‌ ପକ୍ଷରୁ ବିଶ୍ବର ୪୮୯ଟି ସ୍ଥାନର ୪୬୦୦ ଯୁବକଯୁବତୀଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକ ଦରଦାମ୍‌ ବୃଦ୍ଧି ଓ ଅସ୍ଥିରତା ସେମାନଙ୍କ ଜୀବନର ସବୁଠୁ ବଡ଼ ଚିନ୍ତା ବୋଲି କହିଥିଲେ। ବଢ଼ୁଥିବା ଅସମାନତାକୁ ନେଇ ମଧ୍ୟ ସେମାନେ ଚିନ୍ତା ପ୍ରକଟ କରିଥିଲେ।

Advertisment

ଆହୁରି ପଢନ୍ତୁ- Womens Premier League : ନିର୍ବାଚନ ଲାଗି ବିନା ଦର୍ଶକରେ ଖେଳାଯିବ WPLର ୨ ମ୍ୟାଚ୍‌ !

୫୧ ପ୍ରତିଶତ ଯୁବକଯୁବତୀ ମୁଦ୍ରାସ୍ଫୀତି ଓ ଅସ୍ଥିରତାକୁ ନିଜର ବଡ଼ ସମସ୍ୟା କହିଥିବା ବେଳେ ୪୧ ପ୍ରତିଶତ ଯୁବକଯୁବତୀ ଜଳବାୟୁ ପରିବତ୍ତନ ସେମାନଙ୍କ ଜୀବନର ଦ୍ବିତୀୟ ବଡ଼ ସମସ୍ୟା ବୋଲି କହିଥିଲେ। ସର୍ଭେରେ ଭାଗ ନେଇଥିବା ୬୦ ପ୍ରତିଶତ ଯୁବକଯୁବତୀ କହିଥିଲେ ଯେ ନିଜ ଦକ୍ଷତା ବଢ଼ାଇବା ଲାଗି ସେମାନେ ନିୟମିତ ଭାବେ ଏଆଇ ଟୁଲ୍‌ ବ୍ୟବହାର କରୁଛନ୍ତି। ୬୬ ପ୍ରତିଶତ କହିଥିଲେ ଯେ ଏଆଇ ପ୍ରଭାବରେ ଆସନ୍ତା ତିନି ବର୍ଷ ମଧ୍ୟରେ ନୂଆ ଚାକିରି ସୃଷ୍ଟି କମିଯିବ। ୫୭ ପ୍ରତିଶତ ଯୁବକଯୁବତୀ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ଓ ଉଦ୍ୟମିତା ସୁଯୋଗରେ ସମାନତା ଆଣିବାକୁ କହିଥିଲେ।

ଆହୁରି ପଢନ୍ତୁ- Polavaram Project: ପୋଲାଭରମ ପ୍ରକଳ୍ପ ନେଇ ତେଲଙ୍ଗାନା ରିଟ୍ ପିଟିସନ ଗ୍ରହଣଯୋଗ୍ୟ ନୁହେଁ: ସୁପ୍ରିମକୋର୍ଟ

ପ୍ରତି ୧୦ରୁ ୯ ଜଣ ଉତ୍ତର ଦେଇଥିଲେ ଯେ ଆଗାମୀ ଦିନରେ ଦ୍ରୁତ ଗତିରେ ରୂପାନ୍ତରଣ ଆଣିବାକୁ ଯାଉଥିବା ପ୍ରଯୁକ୍ତି ‌‌ହେଉଛି ଏଆଇ। ୫୭ ପ୍ରତିଶତ ଯୁବକଯୁବତୀ ଅର୍ଥପୂର୍ଣ୍ଣ ନିଯୁକ୍ତି ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ନିଯୁକ୍ତି ଭଳି ସୁଲଭ ଓ ଗୁଣାତ୍ମକ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା, ସୁଲଭ ବାସଗୃହ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ବଢ଼ାଇବାକୁ ସେମାନେ ପରାମର୍ଶ ଦେଇଛନ୍ତି। ସର୍ବେକ୍ଷଣରେ ଭାଗ ନେଇଥିବା ୬୧ ପ୍ରତିଶତ ଯୁବକଯୁବତୀ ଜଳବାୟୁ ପରିବର୍ତ୍ତନ ଓ ପରିବେଶରେ ହେଉଥିବା ଅବନତିକୁ ବିଶ୍ବର ପ୍ରମୁଖ ସମସ୍ୟା ଭାବେ ଅଭିହିତ କରିଥିଲେ। ୪୪ ପ୍ରତିଶତ ଯୁବକଯୁବତୀ ସାମରିକ ସଂଘର୍ଷ ଓ ୨୯ ପ୍ରତିଶତ ପ୍ରଶାସନିକ ବିଫଳତାକୁ ଅନ୍ୟତମ ସମସ୍ୟା ବୋଲି କହିଛନ୍ତି।