ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଆସନ୍ତା ବର୍ଷ ବିଶ୍ବ ଅର୍ଥନୈତିକ ଉତ୍ପାଦନ ୧୦୦ ନିୟୁତ ଟ୍ରିଲିୟନ୍‌ ଡଲାର୍‌ ଟପିବ ବୋଲି ଆଜି ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଆମେରିକାକୁ ଟପି ଚୀନ୍‌ ବିଶ୍ବର ୧ ନମ୍ବର ଅର୍ଥନୀତି ହେବ ବୋଲି ପୂର୍ବରୁ ଯାହା ମନେହେଉଥିଲା ସେଥିପାଇଁ ଆହୁରି ସମୟ ଲାଗିବ ବୋଲି ମଧ୍ୟ ଉକ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି।

Advertisment

ବ୍ରିଟିସ୍‌ କନ୍‌ସଲଟେନ୍‌ସି ‘ସେବର୍‌’ ପ୍ରସ୍ତୁତ କରିଥିବା ଉକ୍ତ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ, ୨୦୩୦ ବେଳକୁ ଡଲାର୍‌ ହିସାବରେ ଚୀନ୍‌ ବିଶ୍ବର ପ୍ରଥମ ଅର୍ଥନୀତି ହେବ। କିନ୍ତୁ, ଗତବର୍ଷ ‘ୱାର୍ଲଡ୍‌ ଇକୋନୋମିକ୍‌ ଲିଗ୍‌ ଟେବଲ୍‌’ ରିପୋର୍ଟ ଅନୁସାରେ, ୨୦୨୮ ‌ସୁଦ୍ଧା ଚୀନ୍‌ ବିଶ୍ବର ଏକ ନମ୍ବର ଅର୍ଥନୀତି ହୋଇଥାଆନ୍ତା।

publive-image Image Courtesy of Zee News

‘ସେବର୍‌’ ଆହୁରି ମଧ୍ୟ କହିଛି ଯେ, ଆସନ୍ତାବର୍ଷ ଅର୍ଥନୀତିରେ ଭାରତ ଫ୍ରାନ୍‌ସ୍‌କୁ ଟପିଯିବ ଏବଂ ୨୦୨୩ରେ ବ୍ରିଟେନ୍‌ ବିଶ୍ବ ଅର୍ଥନୀତି ତାଲିକାର ୬ଷ୍ଠ ସ୍ଥାନରେ ରହିବ।

ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ୨୦୨୩ ବେଳକୁ ଅର୍ଥନୈତିକ ଉତ୍ପାଦନରେ ଜର୍ମାନି ଜାପାନକୁ ଟପିଯିବ। ୨୦୩୬ ବେଳକୁ ରୁଷ୍‌ ବିଶ୍ବର ଶ୍ରେଷ୍ଠ ୧୦ ଅର୍ଥନୀତି ମଧ୍ୟରେ ରହିପାରେ। ସେହିପରି, ୨୦୩୪ ବେଳକୁ ଇଣ୍ଡୋନେସିଆ ବିଶ୍ବ ଅର୍ଥନୀତିର ୯ମ ସ୍ଥାନ‌କୁ ଯିବାର ସମ୍ଭାବନା ରହିଛି।

‘ସେବର୍‌’ର ଉପାଧ୍ୟକ୍ଷ ଡଗ୍‌ଲାସ୍‌ ମ୍ୟାକ୍‌ୱିଲିୟମ୍‌ସ୍‌ କହିଛନ୍ତି, ଗରୁତ୍ବପୂର୍ଣ୍ଣ ସମସ୍ୟା ହେଲା ୨୦୨୦ ଦଶକରେ ବିଶ୍ବ ଅର୍ଥନୀତିର ମୁଦ୍ରାସ୍ଫୀତି ସହ ମୁକାବିଲା। ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ମୁଦ୍ରାସ୍ଫିତି ୬.୮%ରେ ପହଞ୍ଚିଛି।