ନୂଆଦିଲ୍ଲୀ : କରୋନା ଭାଇରସ୍ ପାଇଁ ବିଶ୍ବବ୍ୟାପୀ ୪୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିଯୋଗୁଁ ଅର୍ଥନୀତି ଭୁଶୁଡ଼ି ପଡ଼ିଛି। କରୋନା ଭାଇରସ୍ ମହାମାରୀ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠୁ ବଡ଼ ବୈଶ୍ବିକ ସଙ୍କଟ ବୋଲି ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗଟର୍ସ କହିଛନ୍ତି। କୋଭିଡ୍-୧୯ ପାଇଁ ବିଶ୍ବବ୍ୟାପୀ ସଙ୍କଟ ବଢ଼ିବା ନେଇ ଗଟର୍ସ ଚିନ୍ତା ପ୍ରକଟ କରିଛନ୍ତି। ପ୍ରତ୍ୟେକଙ୍କ ପାଇଁ ଏହି ଭାଇରସ୍ ଏକ ବିପଦ ହୋଇଛି। ଅର୍ଥନୈତିକ ପ୍ରଭାବ ଯେଉଁ ମାନ୍ଦାବସ୍ତା ଆଣିବ ତାହା ବୋଧହୁଏ ଅତୀତରେ କେବେ ହୋଇନଥିବ। କୋଭିଡ୍-୧୯ ବିଶ୍ବବ୍ୟାପୀ ଲୋକଙ୍କ ଚିନ୍ତା ବଢ଼ାଇଛି। ତେବେ ଏଭଳି ସ୍ଥିତିରେ ସମସ୍ତଙ୍କୁ ଏକଜୁଟ୍ ହେବାକୁ ପଡ଼ିବ। ରାଜନୀତିକୁ ଭୁଲି ଯଦି ସମସ୍ତେ ଏକାଠି ହୋଇ ଏହି ସଙ୍କଟ ବିରୋଧରେ ଲଢ଼ିବା ଏବଂ ଏଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବା ତେବେ ମାନବଜାତି ରକ୍ଷା ପାଇଯିବ ବୋଲି ଗଟର୍ସ କହିଛନ୍ତି। ବର୍ତ୍ତମାନ ସ୍ଥିତିରେ ଆମେ ଖୁବ୍ ଧୀରେ ଅଗ୍ରସର ହେଉଛେ, କିନ୍ତୁ ଆମକୁ ଆହୁରି ଅଧିକ କ୍ଷୀପ୍ର ହେବାକୁ ପଡ଼ିବ। ଭାଇରସ୍କୁ ହରାଇବାପାଇଁ ହେଲେ ଆମକୁ ବହୁତ କିଛି କରିବାକୁ ପଡ଼ିବ ବୋଲି ଗଟର୍ସ କହିଛନ୍ତି। କରୋନା ଭାଇରସ୍ ଧନୀ ରାଷ୍ଟ୍ରରେ ବି ବଡ଼ ବିପର୍ଯ୍ୟୟ ଘଟାଇବ ବୋଲି ସେ କହିଛନ୍ତି।
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠୁ ବଡ଼ ସଙ୍କଟ କୋଭିଡ୍-୧୯: ଜାତିସଂଘ ମୁଖ୍ୟ
/sambad/media/post_attachments/wp-content/uploads/2020/04/un.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)