ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତା ୩ ତାରିଖଠାରୁ ଆରମ୍ଭ ହେବାକୁ ଥିବା ତିନି ଦିନିଆ ଓ୍ଵାର୍ଲଡ ଫୁଡ ଇଣ୍ଡିଆ-୨୦୧୭ ସମ୍ମିଳନୀରେ ଓଡ଼ିଶା ପୋକସ୍ ରାଜ୍ୟ ରୂପେ ଯୋଗଦେବ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଏହି ପ୍ରଥମ ମେଗା କାର୍ଯ୍ୟକ୍ରମର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଏବଂ ସମାଫନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ଏହି ସମ୍ମିଳନୀରେ ଜର୍ମାନୀ, ଡେନମାର୍କ ଓ ଜାପାନ ଅଂଶୀଦାର ଦେଶ ରୂପେ ଯୋଗ ଦେଉଥିବା ବେଳେ ଦେଶର ୧୨ଟି ରାଜ୍ୟ ଅଂଶୀଦାର ରାଜ୍ୟ ରୂପେ ଯୋଗ ଦେଉଛନ୍ତି। ଓଡ଼ିଶା ସମେତ ୮ଟି ରାଜ୍ୟ ଫୋକସ୍ ରାଜ୍ୟ ରୂପେ ସମ୍ମିଳନୀରେ ଯୋଗଦେବେ।
୩୦ଟି ରାଷ୍ଟ୍ରର ୨ ଶହଟି କମ୍ପାନି ଓ୍ଵାର୍ଲଡ ଫୁଡ ଇଣ୍ଡିଆ ୨୦୧୭ରେ ଭାଗନେଇ ଖାଦ୍ୟ ପ୍ରକ୍ରିୟକରଣର ବିଭିନ୍ନ ଦିଗରେ ଉପରେ ଆଲୋକପାତ କରିବେ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ତିନି ଦିନିଆ ଓ୍ଵାର୍ଲଡ ଫୁଡ ଇଣ୍ଡିଆ ୨୦୧୭ରେ ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟରରେ ବ୍ୟାପକ ପୁଂଜିନିବେଶ ସହ ଆଗାମୀ ୩ ବର୍ଷରେ ଏ କ୍ଷେତ୍ରରେ ୧ ନିୟୁତ ଚାକିରିର ଅବସର ସୃଷ୍ଟି କରାଯିବା ସମ୍ଭାବନା ରହିଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/logo-world-food-india.jpg)