ଜାତିସଂଘ: ଶୁକ୍ରବାର ଦିନ ପ୍ରକାଶିତ ଜାତିସଂଘର ‘ଓ୍ଵାର୍ଲଡ୍ ହାପିନେସ୍ ରିପୋର୍ଟ ୨୦୨୧’ ତାଲିକାରେ ବିଶ୍ୱର ୧୪୯ ଦେଶ ମଧ୍ୟରୁ ଭାରତ ୧୩୯ ନମ୍ବରରେ ସ୍ଥାନ ପାଇଛି। ଏହି ତାଲିକାର ସର୍ବାଗ୍ରେ ରହିଛି ଫିନ୍ଲାଣ୍ଡ୍।
ଜାତିସଂଘର ‘ସଷ୍ଟେନେବଲ୍ ଡେଭ୍ଲପ୍ମେଣ୍ଟ୍ ସଲୁସନସ୍ ନେଟ୍ଓ୍ଵାର୍କ’ଦ୍ୱାରା ଜାରି ‘ଓ୍ଵାର୍ଲଡ୍ ହାପିନେସ୍ ରିପୋର୍ଟ ୨୦୨୧’ କୋଭିଡ୍-୧୯ର ପ୍ରଭାବ ଓ ବିଶ୍ୱବାସୀଙ୍କ ଚଳଣି ଉପରେ ଆଲୋକପାତ କରିଛି।
ନାଗରିକମାନଙ୍କ ଆତ୍ମସନ୍ତୋଷକୁ ଆଧାର କରି ବିଶ୍ୱର ୧୪୯ଟି ରାଷ୍ଟ୍ରକୁ କ୍ରମାନୁସାରେ ତାଲିକାଭୁକ୍ତ କରାଯାଇଛି।
ଏକ ବିବୃତିରେ ଜାତିସଂଘର ‘ସଷ୍ଟେନେବଲ୍ ଡେଭ୍ଲପ୍ମେଣ୍ଟ୍ ସଲୁସନସ୍ ନେଟ୍ଓ୍ଵାର୍କ’ କହିଛି, ଦୁଇଟି କଥା ଉପରେ ଆମେ ଲକ୍ଷ୍ୟ ରଖିଥିଲୁ। ପ୍ରଥମଟି ହେଲା, ଲୋକମାନଙ୍କର ଜୀବନଧାରାର ଢାଞ୍ଚା ଏବଂ ମାନ ଉପରେ କୋଭିଡ୍-୧୯ର ପ୍ରଭାବ। ଦ୍ୱିତୀୟଟି ହେଲା, ସମଗ୍ର ବିଶ୍ୱରେ ମହାମାରୀ ମୁକାବିଲା ପାଇଁ ସରକାରମାନେ ଗ୍ରହଣ କରିଥିବା ଉପାୟ ସବୁର ବର୍ଣ୍ଣନ ଓ ମୂଲ୍ୟାୟନ। ବିଶେଷତଃ, କେତେକ ଦେଶ ଅନ୍ୟ ଦେଶମାନଙ୍କ ଠାରୁ ଏତେ ସ୍ୱଚ୍ଛଳ କାହିଁକି ହୋଇପାରିଲେ ତାହା ବୁଝାଇବାକୁ ଆମେ ଚେଷ୍ଟା କରିଛୁ।
Image Courtesy of NDTVଏବର୍ଷ ଏହି ତାଲିକାରେ ଭାରତ ୧୩୯ ନମ୍ବର ସ୍ଥାନରେ ରହିଛି। ୨୦୧୯ରେ ଏଥିରେ ଭାରତର ସ୍ଥାନ ଥିଲା ୧୪୦ରେ। ଏଥିପାଇଁ ଭାରତୀୟ ନାଗରିକମାନଙ୍କ ଠାରୁ ପ୍ରତ୍ୟକ୍ଷ ଭାବେ ଓ ଟେଲିଫୋନ୍ ଜରିଆରେ ତଥ୍ୟ ସଂଗ୍ରହ କରାଯାଇଥିଲା।
ବିଶ୍ୱର ଶ୍ରେଷ୍ଠ ସୁଖୀ ଦେଶ ଭାବେ ଏହି ତାଲିକାର ଶୀର୍ଷରେ ରହିଛି ଫିନ୍ଲାଣ୍ଡ୍। ଫିନ୍ଲାଣ୍ଡ୍ ତଳକୁ ରହିଛନ୍ତି ଆଇସ୍ଲାଣ୍ଡ୍, ଡେନ୍ମାର୍କ, ସ୍ୱିଜର୍ଲାଣ୍ଡ୍, ଦି ନେଦର୍ଲାଣ୍ଡ୍ସ୍, ସ୍ୱିଡେନ୍, ଜର୍ମାନି ଓ ନର୍େଓ୍ଵ।
ଏହା ବ୍ୟତିରେକେ, ଏହି ତାଲିକାର ୧୦୫ତମ ସ୍ଥାନରେ ପାକିସ୍ତାନ, ୧୦୧ତମ ସ୍ଥାନରେ ବାଂଲାଦେଶ ଏବଂ ୮୪ତମ ସ୍ଥାନରେ ରହିଛି ଚୀନ୍।
ଏହି ରିପୋର୍ଟ ଅନୁସାରେ, ଯୁଦ୍ଧ-ବିକ୍ଷତ ଆଫଗାନିସ୍ଥାନବାସୀ ହେଉଛନ୍ତି ବିଶ୍ୱର ସବୁଠୁ ଅସୁଖୀ ମଣିଷ। ଆଫଗାନିସ୍ଥାନ ତଳକୁ ରହିଛନ୍ତି, ଜିମ୍ବାେଓ୍ଵ (୧୪୮), ର୍ଵାଣ୍ଡା (୧୪୭), ବୋଟ୍ସ୍ଓ୍ଵାନା (୧୪୬) ଏବଂ ଲେସୋଥୋ (୧୪୫)।
‘ଗ୍ୟାଲପ୍ ଓ୍ଵାର୍ଲଡ୍ ପୋଲ୍’ ପ୍ରଶ୍ନାବଳୀ ଆଧାରରେ ଏହି ଅଧ୍ୟୟନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/indians.jpg)