ଲଣ୍ଡନ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଓ୍ବେଲବିଙ୍ଗ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବିଶ୍ବ ସନ୍ତୋଷ ରିପୋର୍ଟ ( World Happienss Report) ପ୍ରକାଶ ପାଇଛି। ପୂର୍ବବର୍ଷଗୁଡ଼ିକ ପରି ଫିନଲାଣ୍ଡ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି । ଅର୍ଥାତ୍ ବିଶ୍ବର ସବୁଠାରୁ ସୁଖରେ ଅଛନ୍ତି ଫିନଲାଣ୍ଡବାସୀ ।କିନ୍ତୁ ତାଲିକାର ସବୁଠାରୁ ତଳେ ଅଛି ଆଫଗାନିସ୍ତାନ । ଦୀର୍ଘବର୍ଷ ଧରି ଯୁଦ୍ଧଗ୍ରସ୍ତ ହୋଇ ରହିଥିବା ଆଫଗାନିସ୍ତାନରେ ଏବେ ଜୀବନଧାରଣ ସବୁଠାରୁ କଷ୍ଟକର ହୋଇପଡ଼ିଛି । ବିଶେଷକରି ତାଲିବାନ ପୁଣି କ୍ଷମତାକୁ ଫେରିବା ପରେ ଲୋକଙ୍କ ସ୍ଥିତି ବିଶେଷକରି ନାରୀମାନଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି । ଗୋଟିଏ ପଟେ ଲୋକମାନେ ଦାରିଦ୍ର୍ୟ ସହ ଲଢୁଥିବାବେଳେ ଅନ୍ୟପଟେ ତାଲିବାନର ବିଭିନ୍ନ କଟକଣା ସ୍ଥିତିକୁ ଜଟିଳ କରିଛି ।

Advertisment

ଏହି ତାଲିକାର ୧୧୮ ତମ ସ୍ଥାନରେ ରହିଛି ଭାରତ। ଏହି ରିପୋର୍ଟରେ କୁହାଯାଇଛି ଯେ ମୁଣ୍ଡପିଛା ଜିଡିପି ବଢୁଥିବା ସତ୍ତ୍ବେ ଭାରତରେ ଅସମାନତା ଚିନ୍ତାଜନକ ସ୍ଥିତିରେ ରହିଛି । ଅର୍ଥାତ୍ ଧନୀ-ଗରିବ ତାରତମ୍ୟ ଅଧିକ ରହିଛି ।

ଭାରତର ସ୍ଥିତି :

ଏହି ତାଲିକାର ୧୧୮ ତମ ସ୍ଥାନରେ ରହିଛି ଭାରତ। ଏହି ରିପୋର୍ଟରେ କୁହାଯାଇଛି ଯେ ମୁଣ୍ଡପିଛା ଜିଡିପି ବଢୁଥିବା ସତ୍ତ୍ବେ ଭାରତରେ ଅସମାନତା ଚିନ୍ତାଜନକ ସ୍ଥିତିରେ ରହିଛି । ଅର୍ଥାତ୍ ଧନୀ-ଗରିବ ତାରତମ୍ୟ ଅଧିକ ରହିଛି । ୨୦୧୨ ତୁଳନାରେ ଏହି ତାଲିକାରେ ଭାରତର ସ୍ଥିତି ଆହୁରି ଖରାପ ହୋଇଛି । ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ପାକିସ୍ତାନର ସ୍ଥିତି ଭାରତ ତୁଳନାରେ ଭଲ ରହିଛି । ପାକିସ୍ତାନର ସ୍ଥାନ ୧୦୯ ତମ ସ୍ଥାନରେ ରହିଛି। ଭାରତର ପଡ଼ୋଶୀ ଶ୍ରୀଲଙ୍କା ଓ ବାଂଲାଦେଶ ଯଥାକ୍ରମେ ୧୩୩ ଓ ୧୩୪ ତମ ସ୍ଥାନରେ ଅଛନ୍ତି ।

ବଢୁଛି ହତାଶା :

ରିପୋର୍ଟରେ ସାମଗ୍ରୀକ ଭାବେ ମାନବ ସମାଜରେ ଦେଖାଦେଇଥିବା କେତେକ ଚିନ୍ତାଜନକ ଲକ୍ଷଣ ଉପରେ ଆଲୋକପାତ କରାଯାଇଛି । ଲୋକମାନେ ଅଧିକରୁ ଅଧିକ ଏକୁଟିଆ ହୋଇଯାଉଥିବା କୁହାଯାଉଛି । ଏହି ସର୍ଭେ ଅନୁସାରେ ୨୦୨୩ରେ ୧୯ ପ୍ରତିଶତ ଯୁବକ କହିଥିଲେ ଯେ ସେମାନେ ଏକୁଟିଆ ଅନୁଭବ କରୁଛନ୍ତି, ସାମାଜିକ ସହାୟତା ପାଇଁ ତାଙ୍କର କେହି ନଥିବା ସେମାନେ ପ୍ରକାଶ କରିଥିଲେ । ୨୦୦୬ ତୁଳନୀରେ ଏହା ୩୯ ପ୍ରତିଶତ ବୃଦ୍ଧି ପାଇଛି ।