ୱାସିଂଟନ : ସାରା ବିଶ୍ବରେ ଏବେ ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ଯାବତୀୟ ସ୍ବାସ୍ଥ୍ୟସେବାକୁ କେବଳ ସେ ଦିଗରେ ହିଁ ଧ୍ରୁବୀକୃତ କରାଯାଇଥିବା ବେଳେ ସେଥିରୁ ଏକ ଭିନ୍ନ ପରିଣାମ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଚିନ୍ତା ବଢ଼ାଇଦେଇଛିା କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତ୍ବ ବଜାୟ ରଖିବା ଉେଦ୍ଦଶ୍ୟରେ ବିଭିନ୍ନ ରାଷ୍ଟ୍ରରେ ଏବେ ଲକ୍ଡାଉନ୍ ସ୍ଥିତିକୁ ଗୁରୁତ୍ବ ଦିଆଯାଉଛି। ତେବେ ଏଭଳି ପରିସ୍ଥିତିରେ ଆବଶ୍ୟକ ଗର୍ଭନିରୋଧକ ଅଭାବରୁ ବିଶ୍ବ ନିକଟ ଭବିଷ୍ୟତରେ ୭୦ ଲକ୍ଷ ଅବାଞ୍ଛିତ ଗର୍ଭବାସକୁ ଆହ୍ବାନ କରିବ ବୋଲି ହୁ ଅନୁମାନ ଲଗାଇଛି।

Advertisment

publive-image

ଜାତି ସଂଘର ଏକ ଅନୁଧ୍ୟାନ ଅନୁଯାୟୀ, ତମାମ ବିଶ୍ବର ୧୧୪ଟି ନିମ୍ନ ଏବଂ ମଧ୍ୟମ ଆୟବର୍ଗ ରାଷ୍ଟ୍ରରେ ବସବାସ କରୁଥିବା ପାଖାପାଖି ୪୭ କୋଟି ମହିଳା ଅନାହୂତ ଗର୍ଭବାସକୁ ରୋକିବା ପାଇଁ ସାଧାରଣତଃ ଗର୍ଭନିରୋଧକ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। ଅତ୍ୟାଧୁନିକ ଗର୍ଭନିରୋଧକ ବ୍ୟବହାର ପାଇଁ ସେମାନଙ୍କ ପାଖରେ ସମ୍ବଳ ନଥିଲା ବେଳେ ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ପାଖରେ ଚାହିଦା ମୁତାବକ ତଥାକଥିତ ସହଜଲବ୍ଧ ଗର୍ଭନିରୋଧକ ପହ‌ଂଚିପାରୁନାହିଁ। ଅପରପକ୍ଷେ, ଲକ୍ଡାଉନ୍ ସ୍ଥିତି ଯୋଗୁଁ ଏକରକମ ଗୃହବନ୍ଦୀ ଜୀବନଯାପନ ଯୋଗୁଁ ପରଣତି ସ୍ବରୂପ ଆଗାମୀ ମାସଗୁଡି଼କରେ ବିଶ୍ବ ବ୍ୟାପୀ ୭୦ ଲକ୍ଷ ଅବା‚ିତ ଗର୍ଭଧାରଣ ସଂଖ୍ୟା ଦେଖିବାକୁ ମିଳିବ ବୋଲି ଜାତିସଂଘର ଜନସଂଖ୍ୟା ପାଣ୍ଠି(ୟୁଏନ୍ଏଫ୍ପିଏ) ପକ୍ଷରୁ କରାଯାଇଥିବା ସବେର୍କ୍ଷଣରୁ ଜଣାଯାଇଛି। ଅନେକ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର କରିନପାରି ଏପରି ସମସ୍ୟା ଭୋଗିବାକୁ ବାଧ୍ୟ ହେଉଛନ୍ତିା ତେବେ କେତେକ କ୍ଷେତ୍ରରେ ସମାଜରେ ଲିଙ୍ଗବୈଷମ୍ୟର ଶିକାର ହେବା ଆଶଙ୍କାରେ ସେମାନେ ଗର୍ଭପାତ ପାଇଁ ଅନେକ ବିପଦପୂର୍ଣ୍ଣ ପ୍ରକ୍ରିୟାକୁ ଆପଣେଇବା ଦ୍ବାରା ଏହି ସଂଖ୍ୟା ଯଥେଷ୍ଟ ବଢ଼ିଯିବାର ମଧ୍ୟ ଆଶଙ୍କା ରହିଛି।