ଚୀନ୍‌ କରୋନାଭାଇରସ୍‌ ସୂଚନା ଲୁଚାଇବାରୁ ବିଶ୍ୱ ତା’ର ପରିଣାମ ଭୋଗୁଛି: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ମାରାତ୍ମକ କରୋନାଭାଇରସ୍‌ ବିଷୟରେ ଚୀନ୍‌ ପ୍ରାରମ୍ଭିକ ସୂଚନା ଗୁପ୍ତ ରଖିବାରୁ ବିଶ୍ୱ ତା’ର ପରିଣାମ ଭୋଗୁଛି ବୋଲି ଗୁରୁବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ତାଙ୍କ ମତରେ, ଏବେ ବିଶ୍ୱସ୍ତରରେ ଯେଉଁ ସ୍ୱାସ୍ଥ୍ୟ ସଙ୍କଟ ଦେଖାଦେଇଛି ସେଥିପାଇଁ ବେଜିଙ୍ଗ୍‌ ଦାୟୀ।

ହ୍ଵାଇଟ୍‌ ହାଉସ୍‌ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍‌ କହିଛନ୍ତି: କିଛି ମାସ ପୂର୍ବରୁ ଆମେ ଏ ବିଷୟରେ ଜାଣିଥିଲେ ଖୁବ୍‌ ଭଲ ହୋଇ ଥାଆନ୍ତା। ଚୀନ୍‌ର ଯେଉଁ ଠାରୁ ଏହାର ଉତ୍ପତ୍ତି ହେଲା ସେଇ ଗୋଟାଏ ଅଞ୍ଚଳରେ ଏହାକୁ ଅଟକାଇ ରଖାଯାଇ ପାରିଥାଆନ୍ତା।

Image Source: CNBC

ସେମାନେ (ଚୀନ୍‌) ଯାହା କଲା ବିଶ୍ୱ ତା’ର ପରିଣାମ ଭୋଗୁଛି। ସେ ବିଷୟରେ (କରୋନାଭାଇରସ୍‌) ସୂଚନା ନ ଦେବାରୁ ମଧ୍ୟ ବିଶ୍ୱ ଭୋଗୁଛି।
ଆମେରିକାର ନ୍ୟାସ୍‌ନାଲ୍‌ ସିକ୍ୟୁରିଟି କାଉନ୍‌ସିଲ୍‌ (ଏନ୍‌ଏସ୍‌ସି) ଟୁଇଟ୍‌ କରିଥିଲା ଯେ ଚୀନ୍‌ର କମ୍ୟୁନିଷ୍ଟ୍‍ ପାର୍ଟି କରୋନାଭାଇରସ୍‌ ବିଷୟରେ ପ୍ରାରମ୍ଭିକ ରିପୋର୍ଟକୁ ଗୁପ୍ତ ରଖିବା ସହ ଡାକ୍ତରମାନଙ୍କୁ ଦଣ୍ଡିତ କରିଥିଲା। ଫଳରେ ଚୀନ୍‌ର ବିଶେଷଜ୍ଞ ଓ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଏହି ମହାମାରୀକୁ ରୋକିବାରେ ବିଫଳ ହେଲେ।

ଏଥିପାଇଁ ଚୀନ୍‌ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ କି, ନାହିଁ ପଚରା ଯିବାରୁ ଟ୍ରମ୍ପ୍‌ କୌଣସି ମନ୍ତବ୍ୟ ଦେଲେ ନାହିଁ।

ସମ୍ବନ୍ଧିତ ଖବର