ବିଶ୍ୱର ସବୁଠାରୁ ଦୁର୍ଗନ୍ଧଯୁକ୍ତ ଫଳ ଡୁରିଆନ୍‌ର ଦାମ୍‌କୁ ନେଇ ଚର୍ଚ୍ଚା, ଇଣ୍ଡୋନେସିଆରେ ଏହାର ଦାମ୍‌ ରହିଛି ୭୨,୦୦୦ ଟଙ୍କା

ନୂଆଦିଲ୍ଲୀ : ଯଦି ଆପଣମାନଙ୍କ ମଧ୍ୟରୁ ଫଳ ମଧ୍ୟରେ ରାଜା ବୋଲି କୁହାଯାଉଥିବା ଡୁରିଆନ୍‌ ଫଳ ବିଷୟରେ କେହି ଜାଣିଥିବେ ତେବେ ସେଥିରୁ ଆସୁଥିବା ଦୁର୍ଗନ୍ଧ ବିଷୟରେ ମଧ୍ୟ ଅବଗତ ଥିବେ । ଭାରତରେ ଏହି ଫଳର ବିକ୍ରି କମ ଥିବା ବେଳେ କେହି କେହି ଏହି ଫଳର ନାଁ ମଧ୍ୟ ଜାଣି ନ ଥିବେ । କିନ୍ତୁ ଦକ୍ଷିଣ-ପୂର୍ବ ଏସିଆରେ ଏହି ଫଳର ଚାହିଦା ଅଧିକ । ଏଥିରୁ ବାହାରୁ ଥିବା ଗନ୍ଧ ମୋଜା ବା ନର୍ଦ୍ଦମାରୁ ଆସୁଥିବା ଦୁର୍ଗନ୍ଧ ସହ ତୁଳନା କରିଥାନ୍ତି ।

www.allbeautyjournal.com

ପାଟିକୁ ମଧ୍ୟ ଏହା ସୁଆଦିଆ ଲାଗେ ନାହିଁ । ଏଥିରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ କେହି ଡୁରିଆନ୍‌ ପାଖକୁ ଯାଆନ୍ତି ନାହିଁ । କିନ୍ତୁ ଏବେ ଇଣ୍ଡୋନେସିଆରେ ଏହି ଫଳର ଚାହିଦା ବଢ଼ିଥିବା ଦେଖା ଯାଇଛି । ଗୋଟିଏ ଡୁରିଆନ୍‌କୁ ସେଠାରେ ୭୨ହଜାର ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡ଼ିଛି । ଇଣ୍ଡୋନେସିଆର ସୁପରମାର୍କେଟରେ ଏହାର ଦାମ୍‌ ୭୨ହଜାର ଥିବା ଜଣା ପଡ଼ିବା ପରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କିଏ ଏବଂ କେମିତି ଏହାକୁ କିଣି ଖାଉଛନ୍ତି, ସେ ନେଇ ଟୁଇଟରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର