୧୩ରେ ବିଶ୍ୱ ମିଠା ଉତ୍ସବ: ୨୫ଟି ରାଜ୍ୟ ଓ ୧୫ଟି ଦେଶର ୧୦୦୦ ମିଠା ପ୍ରଦର୍ଶିତ ହେବ

ହାଇଦ୍ରାବାଦ୍‌ : ମିଠାପ୍ରେମୀଙ୍କ ପାଇଁ ଖୁସି ଖବର । ପ୍ରଥମ ଥର ପାଇଁ ହାଇଦ୍ରାବାଦ୍‌ରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ ମିଠା ଉତ୍ସବ । ଏଥିରେ ଆପଣଙ୍କୁ ଭିନ୍ନ ଭିନ୍ନ ଦେଶ ଏବଂ ରାଜ୍ୟର ପ୍ରସିଦ୍ଧ ମିଠା ଖାଇବାର ସୁଯୋଗ ମିଳିବ । ବିଭିନ୍ନ ପ୍ରକାର ମିଠାର ସ୍ୱାଦକୁ ଆପଣ ଗୋଟିଏ ସ୍ଥାନରେ ପାଇ ପାରିବେ ।

indiatoday

ଏଭଳି ଏକ ନୂଆ ଏବଂ ଭିନ୍ନ ଧରଣର ଦିବସ ପାଳନ ହେବାକୁ ଯାଉଛି ସିକନ୍ଦରାବାଦ୍‌ର ପ୍ୟାରେଡ଼୍‍ ପଡ଼ିଆରେ । ଏହାକୁ ତେଲେଙ୍ଗାନା ସରକାରଙ୍କ ତରଫରୁ ଆୟୋଜିତ କରାଯାଉଥିବା ବେଳେ ଏହା ଜାନୁଆରି ୧୩ରୁ ଆରମ୍ଭ ହୋଇ ତିନି ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣା ପଡ଼ିଛି । ଏଥିରେ ଭାରତର ୨୫ଟି ରାଜ୍ୟ ଭାଗ ନେଉଥିବା ବେଳେ ୧୫ଟି ଦେଶ ମଧ୍ୟ ଭାଗ ନେବେ ବୋଲି ଜଣା ପଡ଼ିଛି ।

indiatoday

“ହାଇଦ୍ରାବାଦର ମହାନଗରୀୟ ପ୍ରକୃତିକୁ ମିଠା ଜରିଆରେ ଲୋକମାନଙ୍କୁ ଜଣାଇବା ପାଇଁ ଏପରି କରାଯାଉଛି” ବୋଲି ତେଲେଙ୍ଗାନାର ପର୍ଯ୍ୟଟନ ଏବଂ ସଂସ୍କୃତି ସଚିବ ବି ଭେଙ୍କଟେଶ କହିଛନ୍ତି । “ହାଇଦ୍ରାବାଦରେ ବିଭିନ୍ନ ସଂମ୍ପ୍ରଦାୟର ଲୋକ ବସବାସ କରନ୍ତି । ସେମାନଙ୍କୁ ଏକାଠି କରିବା ସହ ସେମାନଙ୍କ ପ୍ରସିଦ୍ଧ ଖାଦ୍ୟକୁ ସମସ୍ତଙ୍କ ସହ ପରିଚିତ କରାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏଥିରେ ପ୍ରାୟ ୧୦୦୦ପ୍ରକାରର ମିଠା ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ ହେବ ବୋଲି ଜଣା ପଡ଼ିଛି । ହାଇଦ୍ରାବାଦରେ ରହୁଥିବା ବିଦେଶୀମାନେ ମଧ୍ୟ ଏଥିରେ ଭାଗନେବେ । କୌଣସି ହୋଟେଲ, କ୍ୟାଟ୍‌ରର କି କୌଣସି ଦୋକାନି ଏଥିରେ ଭାଗ ନେବେ ନାହିଁ । ସବୁ ମିଠା ଷ୍ଟଲରେ ମହିଳାମାନେ ମିଠା ତିଆରି କରିବା ସହ ଏହାକୁ ବିକ୍ରି କରିବେ । ହାଇଦ୍ରାବାଦରେ ବିଭିନ୍ନ ସମ୍ପ୍ରଦାୟର ମିଠାକୁ ସ୍ଥାନ ଦେବା ପାଇଁ ଏହି ପ୍ରୟାସ କରାଯାଇଛି ଯାହାଫଳରେ କି ଦେଶର ଲୋକମାନେ ବିଭିନ୍ନ ମିଠାକୁ ଏଠାରେ ପାଇ ପାରିବେ” ବୋଲି ବି.ଭେଙ୍କଟେଶ କହିଛନ୍ତି ।

indiatoday
ସମ୍ବନ୍ଧିତ ଖବର