ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ବଜେଟରେ ଯେଉଁ ଘୋଷଣା ଉପରେ ଦେଶର ଲୋକଙ୍କ ନଜର ରହିଥାଏ, ତାହା ହେଉଛି ଟିକସ ସୁବିଧା। ପ୍ରତିବର୍ଷ ସରକାର କେତେ ଆୟକର କମ କରିଛନ୍ତି, ସେ ବିଷୟରେ ଜାଣିବା ପାଇଁ ଦେଶବାସୀ ଅପେକ୍ଷା କରନ୍ତି। ତେବେ ବିଶ୍ବରେ ଏଭଳି ଅନେକ ଦେଶ ରହିଛନ୍ତି, ଯେଉଁଠି ଲୋକଙ୍କୁ ଆୟକର ଦେବାକୁ ପଡେ ନାହିଁ।

Advertisment

୧. ୟୁଏଇରେ କୌଣସି ପ୍ରକାରର ଆୟକର ଦେଶର ଜନସାଧାରଣଙ୍କଠାରୁ ନିଆଯାଏ ନାହିଁ। ଏହା ବଦଳରେ ସରକାର ପରୋକ୍ଷ ଟିକସ ଉପରେ ନିର୍ଭର କରନ୍ତି ଯେପରିକି ଭାଟ୍ ଏବଂ ଅନ୍ୟାନ୍ୟ ଦେୟ। ୟୁଏଇର ଅର୍ଥନୀତି ତୈଳ ଏବଂ ପର୍ଯ୍ୟଟନ ହେତୁ ବହୁତ ଶକ୍ତିଶାଳୀ। ଏହି କାରଣରୁ, ୟୁଏଇର ଲୋକଙ୍କୁ ଆୟକରରୁ ଆରାମ ପ୍ରଦାନ କରାଯାଇଛି।

୨. କୁଏତ ମଧ୍ୟ ଆୟକରମୁକ୍ତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏଠାରେ କୌଣସି ପ୍ରକାରର ଆୟକର ଦେଶର ଜନସାଧାରଣଙ୍କଠାରୁ ନିଆଯାଏ ନାହିଁ। କୁଏତ ଅର୍ଥନୀତିର ସବୁଠାରୁ ବଡ ଅଂଶ ‌‌ତୈଳ ରପ୍ତାନିରୁ ଆସିଥାଏ, ଯେଉଁ କାରଣରୁ ସରକାରଙ୍କୁ ଦେଶବାସୀଙ୍କଠାରୁ ଟିକସ ସଂଗ୍ରହ କରିବାକୁ ପଡେ ନାହିଁ।

୩. ତୃତୀୟରେ ରହିଛି ସାଉଦି ଆରବ। ସାଉଦି ଆରବ ମଧ୍ୟ ନିଜ ଲୋକଙ୍କଠାରୁ ଆୟକର ଆଦାୟ କରୁନାହିଁ। ଆୟକର ଆଦାୟ କରୁନଥିଲେ ବି ସରକାର ପରୋକ୍ଷ ଟିକସ ଉପରେ ନିର୍ଭର କରି ଦେଶ ଚଳାଉଛନ୍ତି।

୪. ତୈଳ ଭଣ୍ଡାର ଥିବା ବ୍ରୁନେଇରେ ମଧ୍ୟ ଲୋକଙ୍କୁ କୌଣସି ପ୍ରକାରର ଆୟକର ଦେବାକୁ ପଡେ ନାହିଁ। ତୈଳ ରପ୍ତାନି କରି ଦେଶ ନିଜର ଅର୍ଥନୀତିକୁ ସୁଦୃଢ଼ ରଖିଥିବା ଜଣାପଡ଼ିଛି।

୫. ୟୁରୋପରେ ଥିବା ମୋନାକୋ ଏକ ବହୁତ ଛୋଟ ଦେଶ। ଏହା ସତ୍ତ୍ବେ ଏଠାରେ ନାଗରିକଙ୍କଠାରୁ ଆୟକର କଦାପି ସଂଗ୍ରହ କରାଯାଏ ନାହିଁ।