ବିଶ୍ବର ପ୍ରମୁଖ ୧୫ ଉତ୍ତପ୍ତ ସହର ମଧ୍ୟରେ ଭାରତର ୧୦

ନୂଆଦିଲ୍ଲୀ : ଚଳିତ ଗ୍ରୀଷ୍ମ ଋତୁରେ ବିଶ୍ବର ୧୫ଟି ଉତ୍ତପ୍ତ ସହରମାନଙ୍କ ମଧ୍ୟରୁ କେବଳ ୧୦ଟି ଉତ୍ତପ୍ତ ସହର ଭାରତରେ ଥିବାବେଳେ ବାକି ୫ଟି ପାକିସ୍ତାନର ବୋଲି ଜଣାପଡ଼ିଛି। ରାଜସ୍ଥାନର ଚୁରୁ ସହର ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି। ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ମାତ୍ର ୨୦ କିଲୋମିଟର ଉତ୍ତରରେ ଅବସ୍ଥିତ ଚୁରୁ ସହରରେ ମଙ୍ଗଳବାର ତାପମାତ୍ରା ୫୦ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି। ଅପରପକ୍ଷେ, ଏହା ପଛକୁ ଉତ୍ତର ପ୍ରଦେଶର ବନ୍ଦା, ହରିଆଣାର ହିସାର ସହରର ତାପମାତ୍ରା ୪୮ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି।

ଭାରତର ୧୦ ଉତ୍ତପ୍ତ ସହରମାନଙ୍କ ମଧ୍ୟରେ ନୂଆଦିଲ୍ଲୀର ତାପମାତ୍ରା ୪୭.୬ ଡିଗ୍ରି, ରାଜସ୍ଥାନର ବିକାନେର ସହରର ତାପମାତ୍ରା ୪୭.୪ ଡିଗ୍ରି, ଗଙ୍ଗାନଗର ସହରର ତାପମାତ୍ରା ୪୭ ଡିଗ୍ରି, ଉତ୍ତର ପ୍ରଦେଶର ଝାନ୍‌ସି ସହରର ତାପମାତ୍ରା ୪୭ ଡିଗ୍ରି, ପିଲାନି ସହରର ତାପମାତ୍ରା ୪୬.୯ ଡିଗ୍ରି, ମହାରାଷ୍ଟ୍ରର ନାଗପୁର ସହରର ତାପମାତ୍ରା ୪୬.୮ ଡିଗ୍ରି, ଏବଂ ଆକୋଲା ସହରର ତାପମାତ୍ରା ୪୬.୫ ଡିଗ୍ରି ରେକର୍ଡ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ରାଜସ୍ଥାନର ଚୁରୁ ସହର ସର୍ବାଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇ ଆସୁଛି। ୨୦୧୬ ମେ ୧୯ରେ ଚୁରୁର ତାପମାତ୍ରା ୫୦ ଡିଗ୍ରି ଅତିକ୍ରମ କରିଯାଇଥିଲା। ୨୦୧୬ ମେ ୧୯ରେ ଚୁରୁର ତାପମାତ୍ରା ୫୦.୨ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର