ଭାରତର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ନିକଟବର୍ତ୍ତୀ, ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ନିକଟବର୍ତ୍ତୀ ହୋଇଛି ଓ ମୃତ୍ୟୁସଂଖ୍ୟା ୬୦୦ ଟପିଯାଇଛି । ସମଗ୍ର ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ଟପିଯାଇଛି । ମୃତ୍ୟୁସଂଖ୍ୟା ୧ଲକ୍ଷ ୭୧ ହଜାର ଥିବାବେଳେ ଆରୋଗ୍ୟ ସଂଖ୍ୟା ୬ ଲକ୍ଷ ୫୯ ହଜାରରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮,୯୮୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫୧୨୨ ଥିବାବେଳେ ମୃତ୍ୟୁସଂଖ୍ୟା ୬୦୩ରେ ପହଞ୍ଚିଛି । ତେବେ ଦେଶର ଆରୋଗ୍ୟ ସଂଖ୍ୟା ୩୨୫୯ରେ ପହଞ୍ଚିଛି ।

www.huffingtonpost.in

ଦେଶର ଆରୋଗ୍ୟ ହାର ଲକଡାଉନ ଆରମ୍ଭ ହେବା ପରଠାରୁ ଦ୍ରୁତ ଗତିରେ ବଢିଚାଲିଛି । ମାର୍ଚ୍ଚ ୨୪ରେ ଦେଶର କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ମାତ୍ର ୬.୯ ପ୍ରତିଶତ ଥିବାବେଳେ ଆଜିସୁଦ୍ଧା ଏହା ୧୭.ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାୟ ୭୦୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ମଧ୍ୟରୁ ଓଡ଼ିଶାରେ ଆଜି ୫ ଜଣ ସୁସ୍ଥ ହୋଇଛନ୍ତି ।

ଭାରତରେ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ବେଶୀ ପ୍ରଭାବିତ ରହିଛି । ଏହାର ସଂକ୍ରମିତ ସଂଖ୍ୟା ୪୬୬୯ରେ ପହଞ୍ଚିଛି । ମହାରାଷ୍ଟ୍ର ପଛକୁ ରହିଛନ୍ତି ଦିଲ୍ଲୀ, ଗୁଜୁରାଟ ଓ ରାଜସ୍ଥାନ । ପୂର୍ବରୁ କିଛି ଦିନ ଧରି ତାମିଲନାଡୁ ୩ୟସ୍ଥାନରେ ଥିବାବେଳେ ଏବେ ଏହା ୬ଷ୍ଠ ସ୍ଥାନକୁ ଖସିଆସିଛି ।

ସମ୍ବନ୍ଧିତ ଖବର