ବିଶ୍ବର ସବୁଠାରୁ ଅପରିଷ୍କାର ବ୍ୟକ୍ତିଙ୍କ ପରଲୋକ

ତେହେରାନ : ବିଶ୍ବର ସବୁଠାରୁ ଅପରିଷ୍କାର ବ୍ୟକ୍ତି କୁହାଯାଉଥିବା ଇରାନର ଆମୁ ହାଜିଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି । ସେ ପ୍ରାୟ ୫୦ ବର୍ଷ ହେଲା ଗାଧୋଇ ନଥିଲେ । ଗାଧୋଇଲେ ଶରୀରରେ ସଂକ୍ରମଣ ହୋଇ ଅସୁସ୍ଥ ହୋଇଯିବ ବୋଲି ସେ ବିଶ୍ବାସ କରୁଥିଲେ ।

ସଂକ୍ରମଣ ସଂକ୍ରମଣ ଭୟରେ ସ୍ନାନ କରିବାକୁ ପସନ୍ଦ କରୁନଥିବା ଆମୋ ହାଜି ଦକ୍ଷିଣ ଫାର୍ସ ପ୍ରଦେଶର ଦେଜଗା ଗ୍ରାମରେ ଗୋଟିଏ ଜୀବନ ବିତାଉଥିଲେ ଏବଂ ଗୋଟିଏ ଇଟା ନିର୍ମିତ କୁଟୀରରେ ରହୁଥିଲେ । ପ୍ରାକୃତିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଇରାନର ସରକାରୀ ନ୍ୟୁଜ ଏଜେନ୍ସି ଇରନା କହିଛି ।
୨୦୧୪ରେ ତେହେରାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଆମୋ ସଡ଼କ ଦୁର୍ଘଟଣାରେ ମରୁଥିବା ଜୀବଜନ୍ତୁଙ୍କ ମାଂସ ଖାଉଥିଲେ । ପଶୁମାନଙ୍କ ମଳରୁ ପ୍ରସ୍ତୁତ ହୁକା ପିଉଥିଲେ । କିଛିବର୍ଷ ତଳେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ବୁଝାଇସୁଝାଇ ତାଙ୍କ ହାତ ଧୋଇଦେଇଥିଲେ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମୋଙ୍କ ମୃତ୍ୟୁପରେ ବିଶ୍ବର ସବୁଠାରୁ ଅପରିଷ୍କାର ବ୍ୟକ୍ତିର ମାନ୍ୟତା ଜଣେ ଭାରତୀୟଙ୍କୁ ମିଳିବ । ସେ ହେଉଛନ୍ତି ବନାରସ ନିକଟରେ ରହୁଥିବା କୈଳାସ ସିଂ ନାମକ ଜଣେ ସାଧୁ । ସେ ଗତ ୩୦ ବର୍ଷ ହେଲା ଗାଧୋଇନାହାନ୍ତି । ଦେଶର ସମସ୍ୟା ଦୂର ପାଇଁ ସେ ଏପରି ସାଧନା କରିୁଛନ୍ତି । ସେ କେବଳ ଅଗ୍ନି ସ୍ନାନ କରୁଥିବା ଦାବି କରନ୍ତି । ପ୍ରତିଦିନ ସଂଧ୍ୟାରେ ସେ ଏକ ଧୂନି ଜାଳି ଅଗ୍ନିସ୍ନାନ କରୁଥିବା କହୁଛନ୍ତି ।

ସମ୍ବନ୍ଧିତ ଖବର