୨୦୦୪ରେ ହୋଇଥିଲା ବିଶ୍ବର ସବୁଠୁ ଭୟଙ୍କର ଟ୍ରେନ ଦୁର୍ଘଟଣା

ଭୁବନେଶ୍ବର : ବାଲେଶ୍ବରର ବାହାନଗାରେ ଶୁକ୍ରବାର ସଂଧ୍ୟାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ଭାରତର ଅନ୍ୟତମ ବଡ଼ ରେଳ ଦୁର୍ଘଟଣା ଭାବେ ଗଣାଯାଉଛି । ତେବେ କାହାକୁ ବିଶ୍ବର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା କୁହାଯାଏ ?

ବିଶ୍ବର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ହୋଇଥିଲା ୨୦୦୪ରେ ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ । ସେହିବର୍ଷ ଡିସେମ୍ବରରରେ ଆସିଥିବା ପ୍ରଳୟଙ୍କରୀ ସୁନାମୀ ଯୋଗୁଁ ଏହି ଭୟାବହ ଟ୍ରେନ ଦୁର୍ଘଟଣା ଘଟିଥିଲା ।

ଶ୍ରୀଲଙ୍କା ରେଳବାଇର ଟ୍ରେନ ‘ସମୁଦ୍ର ଦେବୀ’ କଲମ୍ବୋରୁ ଗାଲେ ମଧ୍ୟରେ ଚଳାଚଳ କରିଥାଏ । ୨୦୦୪ ଡିସେମ୍ବର ୨୬ରେ ପ୍ରଳୟଙ୍କରୀ ସୁନାମୀ ଆସିବା ବେଳେ ଏହି ଟ୍ରେନଟି ଉପକୂଳ ଅଂଚଳରେ ଗତି କରୁଥିଲା । ସେତେବେଳେ ଟ୍ରେନରେ ପ୍ରାୟ ୧୫ ଶହରୁ ଅଧିକ ଯାତ୍ରୀ ଥିଲେ । ତେଲଓ୍ବାଟା ନିକଟବର୍ତ୍ତୀ ଏକ ସମୁଦ୍ରକୂଳିଆ ଗ୍ରାମରେ ଟ୍ରେନଟି ଛିଡ଼ା ହୋଇଥିବାବେଳେ ସୁନାମୀ ଆସିଥିଲା । ପ୍ରଥମେ ଏକ ଲହର ଆସିବା ପରେ ସ୍ଥାନୀୟ ଲୋକମାନେ ରକ୍ଷା ପାଇବା ପାଇଁ ଟ୍ରେନ ଉପରେ ଚଢିଯାଇଥିଲେ । କିନ୍ତୁ ଏହା ପରେ ଏକ ବଡ଼ ଲହର ଆସିଥିଲା, ଯାହାକି ଟ୍ରେନର ଯାତ୍ରୀ ଓ ଟ୍ରେନ ଉପରେ ଥିବା ସ୍ଥାନୀୟ ଲୋକମାନଙ୍କୁ ଭସେଇ ନେଇଥିଲା । ଟ୍ରେନର ସମୁଦାୟ ୮ଟି ବଗିରେ ପାଣି ଭର୍ତ୍ତି ହୋଇଯାଇଥିଲା ଓ ସେଥିରେ ଥିବା ଲୋକମାନେ  ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣାରେ ପ୍ରାୟ ୧୭ଶହ ଲୋକ ମୃତ୍ୟୁବରଣ କରିଥିଲେ ।

 

ସମ୍ବନ୍ଧିତ ଖବର