ନୂଆଦିଲ୍ଲୀ : ବନ୍ଦେ ଭାରତ ଟ୍ରେନକୁ ନେଇ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା ଜାରି ରହିଛି । ଆଗକୁ ୭.୨ ମିଟର ହାଇ-ରାଇଜ୍ ଟ୍ରେନ ଚଳାଇବାକୁ ମନ୍ତ୍ରାଳୟ ଯୋଜନା କରୁଛି । ଏବେ ଏହି ପ୍ରକାରର ଟ୍ରେନର ପରୀକ୍ଷାମୂଳକ ଚଳାଚଳ ଦିଲ୍ଲୀ-ଜୟପୁର ଲାଇନରେ କରାଯାଉଛି । ଏହି ଟ୍ରେନର ଉଚ୍ଚତା ୭.୨ ମିଟର । ଫଳରେ ଏହାକୁ ବିଶ୍ବର ସବୁଠାରୁ ଉଚ୍ଚା ଟ୍ରେନ ବୋଲି କୁହାଯାଉଛି । ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ କରି ସୂଚନା ଦେବା ସହ ଉକ୍ତ ଟ୍ରେନର ଏକ ଭିଡିଓ ସେୟାର କରିଛନ୍ତି ।
World’s first 7.2 metre high-rise train set on trial in Delhi-Jaipur. #VandeBharat pic.twitter.com/S855drDwyP
— Ashwini Vaishnaw (@AshwiniVaishnaw) March 29, 2023
ହାଇରାଇଜ୍ ଟ୍ରେନରେ ହାଇରାଇଜ୍ ପେଣ୍ଟୋଗ୍ରାଫ (ଇଲେକ୍ଟ୍ରିକ ତାର ସହ ଟ୍ରେନକୁ ସଂଯୋଗ କରୁଥିବା ଉପକରଣ) ଲାଗିଥାଏ । ପାରମ୍ପରିକ ଇଲେକ୍ଟ୍ରିକ ଟ୍ରେନଗୁଡ଼ିକର ଉଚ୍ଚତା ରେଳଲାଇନରୁ ସାଢେ ୪ ମିଟର ରହିଥାଏ ଓ ଭୂମିରୁ ଉପରେ ଥିବା ଇଲେକ୍ଟ୍ରିକ ତାରର ଉଚ୍ଚତା ୬.୨ ମିଟର ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ହାଇରାଇଜ୍ ଲୋକୋମୋଟିଭ ବା ଟ୍ରେନ ଯାଉଥିବା ରୁଟରେ ଇଲେକ୍ଟ୍ରିକ ତାରର ଉଚ୍ଚତା ୬.୮ ମିଟର କିମ୍ବା ଅଧିକ ରହିଥାଏ । ଏଥିପାଇଁ ହାଇରାଇଜ୍ ପେଣ୍ଟୋଗ୍ରାଫର ଉପଯୋଗ କରାଯାଇଥାଏ । ଏହି ବ୍ୟବସ୍ଥା ଦ୍ବାରା ଅଧିକ ଉଚ୍ଚତାର ଟ୍ରେନ ଦ୍ରୁତ ଗତିରେ ଯାଇପାରିବ ।
ଭାରତର ଓ୍ବେଷ୍ଟର୍ଣ୍ଣ କରିଡରରେ ହାଇ ରାଇଜ୍ ଟ୍ରେନ ଚାଲିବାର ସୁବିଧା ରହିଛି । ଏହି କରିଡରରେ ଡବଲଡେକର କଣ୍ଟେନର ଟ୍ରେନ ଚାଲିବା ପାଇଁ ବିଦ୍ୟୁତ ତାରଗୁଡ଼ିକ ୭.୨ ମିଟର ଉଚ୍ଚତାରେ ରହିଛି ।