୩୦ବର୍ଷର ଗବେଷଣା ପରେ ଏହି ଯୁବକଙ୍କୁ ନେଇ ପୃଥିବୀର ପ୍ରଥମ ମନୁଷ୍ୟ ମସ୍ତିଷ୍କ ପ୍ରତିରୋପଣ କରିବାକୁ ଯାଉଥିଲେ ଡ଼ାକ୍ତର, ଏହି ଯୁବତୀଙ୍କ ପାଇଁ ହୋଇପାରିଲା ନାହିଁ ଫଳବତୀ
ନୂଆଦିଲ୍ଲୀ : ଦୁନିଆର ପ୍ରଥମ ମନୁଷ୍ୟ ମସ୍ତିଷ୍କ ପ୍ରତିରୋପଣ ହେଉ ହେଉ ରହି ଯାଇଥିବା ଜଣାପଡ଼ିଛି । ପ୍ରଥମ ଥର ପାଇଁ ଜଣେ ଜୀବନ୍ତ ଲୋକର ମୁଣ୍ଡକୁ ଅନ୍ୟ ଏକ ଲୋକର ମୁଣ୍ଡ ସହ ଯୋଡ଼ା ଯାଇଥାନ୍ତା । ଡ଼ାକ୍ତର ଏ ନେଇ ୩୦ ବର୍ଷରୁ ଗବେଷଣା କରି ଆସୁଥିବା ବେଳେ ଶେଷରେ ସେ ନିଜ ଗବେଷଣାରେ ସଫଳ ହେବେ ବୋଲି ଭାବିଥିବା ବେଳେ ତାଙ୍କର ସବୁ ଆଶା ଭାଙ୍ଗି ଯାଇଥିଲା । ପ୍ରତିରୋପଣର କିଛି ଦିନ ପୂର୍ବରୁ ଯୁବକ ଜଣଙ୍କ ଜଣେ ଯୁବତୀଙ୍କ ପାଇଁ ନିଜ ମୁଣ୍ଡ ଦେବା ପାଇଁ ମନା କରି ଦେଇଥିଲେ । ଯାହା ପରେ ଏବେ ଡ଼ାକ୍ତର ଏହି ପରୀକ୍ଷା ପାଇଁ ଅନ୍ୟ ଜଣେ ଯୁବକକୁ ଖୋଜିବା ଆରମ୍ଭ କରିଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଇଟାଲୀର ଜଣାଶୁଣା ନ୍ୟୁରୋସର୍ଜନ ସର୍ଗିୟୋ ଏହି ଐତିହାସିକ ମନୁଷ୍ୟ ମସ୍ତିଷ୍କ ପ୍ରତିରୋପଣକୁ ନେଇ ପରୀକ୍ଷା କରିବାର ପ୍ରସ୍ତୁତିରେ ଥିଲେ । ଯାହା ଋଷରେ ରହୁଥିବା ୩୩ବର୍ଷୀୟ ବାଲେରୀଙ୍କ ଉପରେ ହେବାରେ ଥିଲା । ବାଲେରୀ ଏକ ଗମ୍ଭୀର ରୋଗରେ ପୀଡ଼ିତ ଥିବାରୁ ମୁଣ୍ଡରୁ ତଳକୁ ସେ ଅଚଳ ହୋଇ ଯାଇଥିଲେ । ଯାହାପରେ ସେ ସର୍ଗିୟୋଙ୍କ ପରୀକ୍ଷା ବିଷୟରେ ଜାଣି ନିଜେ ଏଥିରେ ଭାଗ ନେବା ସହ ନିଜ ମୁଣ୍ଡ ଦେବା ପାଇଁ ରାଜି ହୋଇଥିଲେ । କିନ୍ତୁ ପ୍ରତିରୋପଣ ହେବାର କିଛି ଦିନ ପୂର୍ବରୁ ବାଲେରୀ ପରୀକ୍ଷାରେ ସାମିଲ ହେବା ପାଇଁ ମନା କରିଥିଲେ ।
ଫେସ୍ବୁକ୍ରେ ସେ ଜଣେ ଯୁବତୀଙ୍କ ସହ ନିଜ ଫଟୋ ସେୟାର କରି, “ମୋତେ ଏବେ ବଞ୍ଚିବାର ନୂଆ ଲକ୍ଷ୍ୟ ମିଳି ଯାଇଛି । ମୁଁ ଏବେ ବଞ୍ଚିବାକୁ ଚାହୁଁଛି । ମୋର ଏହି ଯୁବତୀଙ୍କ ସହ ବିବାହ ହୋଇ ସାରିଛି” ବୋଲି ଲେଖି ସମସ୍ତଙ୍କୁ ଜଣାଇଥିଲେ । ସବୁ ଜାଣିବା ପରେ ସର୍ଗିୟୋ ଏବେ ନିଜ ପରୀକ୍ଷା ପାଇଁ ଅନ୍ୟ କାହାକୁ ଖୋଜିବା ଆରମ୍ଭ କରିଛନ୍ତି ।