ନୂଆଦିଲ୍ଲୀ : କୋଭିଡ୍-୧୯ର ମୁକାବିଲା ପାଇଁ ବିଶ୍ବର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆଜିଠାରୁ ଭାରତରେ ଆରମ୍ଭ ହୋଇଛି। ୩୩୫୧ ଟିକାକରଣ କେନ୍ଦ୍ରରେ ପ୍ରଥମ ଦିବସର କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପନ୍ନ ହୋଇଛି ଏବଂ ୧,୯୧,୧୮୧ ଜଣ ହିତାଧିକାରୀ ଟିକା ନେଇଛନ୍ତି। ଆଜି ଟିକାକରଣ କାର୍ଯ୍ୟକ୍ରମରେ ୧୬ ହଜାର ୭୫୫ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦେଶ ପାଇଁ ମହାମାରୀ କୋଭିଡ୍ ବିରୋଧରେ ଏହି ଯୋଜନାକୁ ଲୋକାର୍ପିତ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ ଏପରି ବୃହତ୍ ଜାତୀୟ କାର୍ଯ୍ୟକ୍ରମ କେବଳ ଆମେରିକା ଓ ଚୀନ୍ ପରି ଦେଶରେ ଆରମ୍ଭ ହୋଇପାରିଛି ବୋଲି ସେ କହିଛନ୍ତି।
ମାତ୍ର ବର୍ଷକ ଭିତରେ ଦେଶରେ ବିକଶିତ ହୋଇ ପାରିଥିବା କୋଭିସିଲ୍ଡ ଓ କୋଭାକ୍ସିନ୍ ପରି ଦୁଇ ଦୁଇଟି ଟିକା ଏଥିରେ ସାମିଲ ହୋଇଛି। ଭାରତର ଟିକା ପ୍ରସ୍ତୁତି ଅଭିଜ୍ଞତାରୁ ଦେଶରେ ପ୍ରସ୍ତୁତ ଟିକାଗୁଡ଼ିକ ବିଶ୍ବସ୍ତରରେ ଯଥେଷ୍ଟ ବିଶ୍ବସନୀୟତା ହାସଲ କରିପାରିଛି। ଏଗୁଡ଼ିକ ଅନ୍ୟ ଦେଶରେ ପ୍ରସ୍ତୁତ ଟିକା ଅପେକ୍ଷା ଯଥେଷ୍ଟ ଶସ୍ତା ଓ ସହଜରେ ବ୍ୟବହାର କରିହେବ। ସେଥିପାଇଁ ଆମ ଦେଶର ଗବେଷକ ତଥା ବିଶେଷଜ୍ଞମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/cartoon-debashis.jpg)