ବିଶ୍ବର ୫୦ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୩୯ଟି, ତାଲିକାରେ ଓଡ଼ିଶାର ତାଳଚେର

ନୂଆଦିଲ୍ଲୀ : ୨୦୨୨ ପାଇଁ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରୁ ଭାରତରେ ୩୯ଟି ସହର ରହିଛି । ଓଡ଼ିଶାର ତାଳଚେର ଏହି ତାଲିକାରେ ରହିଛି । ଏହି ତାଲିକା ପୁଣି ଥରେ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସ୍ବିଜରଲାଣ୍ଡର ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ଏହି ବିଶ୍ବର ଏୟାର କ୍ବାଲିଟି ରିପୋର୍ଟ ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ପାକିସ୍ତାନର ଲାହୋର ବିଶ୍ବର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି । ୨ୟ ସ୍ଥାନରେ ରହିଛି ଚୀନର ହୋଟାନ ଓ ୩ୟ ସ୍ଥାନରେ ରହିଛି ରାଜସ୍ଥାନର ଭିଓ୍ବାଣ୍ଡି ଓ ୪ର୍ଥ ଦିଲ୍ଲୀ । ଏଣୁ ଭିଓ୍ବାଣ୍ଡି ହେଉଛି ଭାରତର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି । ୫ମ ସ୍ଥାନରେ ପାକିସ୍ତାନର ପେଶାଓ୍ବର ରହିଛି ଓ ୬ଷ୍ଠ ଓ ୭ମ ସ୍ଥାନରେ ବିହାରର ଦରଭଙ୍ଗା ଓ ଆସୋପୁର ରହିଛି ।

ଦେଶର ମହାନଗରଗୁଡ଼ିକ ମଧ୍ୟରୁ ରାଜଧାନୀ ଦିଲ୍ଲୀକୁ ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ମିଳିଛି । ସମଗ୍ର ବିଶ୍ବରେ ଦିଲ୍ଲୀ ହେଉଛି ୪ ନଂ ସବୁଠାରୁ ପ୍ରଦୂଷିତ ସହର । ଦିଲ୍ଲୀ ତଳକୁ ରହିଛି କୋଲକାତା ଓ ଏହି ସହରର ବିଶ୍ବ ରାଙ୍କ ୯୯ ରହିଛି । ୩ୟ ସ୍ଥାନରେ ରହିଛି ମୁମ୍ବାଇ, ଏହାର ବିଶ୍ବ ରାଙ୍କ ରହିଛି ୧୩୭ ।

ଅନ୍ୟପକ୍ଷରେ ବିଶ୍ବର ସବୁଠାରୁ ପ୍ରଦୂଷିତ ଦେଶ ତାଲିକାରେ ଭାରତ ୮ମ ସ୍ଥାନରେ ରହିଛି । ୨୦୨୧ରେ ଭାରତ ୫ମସ୍ଥାନରେ ଥିଲା । ପ୍ରଥମ ୩ଟି ସ୍ଥାନରେ ଅଛନ୍ତି ଚାଦ୍, ଇରାକ୍ ଓ ପାକିସ୍ତାନ ।

ସମ୍ବନ୍ଧିତ ଖବର