ବିଶ୍ବର ସବୁଠୁ ପ୍ରଦୂଷିତ ସହର: ଦିଲ୍ଲୀ, କୋଲକାତା ଶୀର୍ଷରେ

ନୂଆଦିଲ୍ଲୀ: ବିଶ୍ବର ଅଧିକାଂଶ ମହାନଗରୀ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ମାନକ ଅନୁସାରେ ପ୍ରଦୂଷଣର ସୀମା ପାର କରିଯିବା ସହ ଗୁରୁତର ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରୁଛନ୍ତି। ଏହି ପ୍ରଦୂଷିତ ନଗରୀଗୁଡ଼ିକ ଭିତରେ ଦିଲ୍ଲୀ ଓ କୋଲକାତା ସବା ଉପରେ ଅଛନ୍ତି। ଆମେରିକାର ହେଲ୍‌ଥ ଇଫେକ୍ଟସ ଇନ୍‌ଷ୍ଟିଚ୍ୟୁଟ୍‌ (ଏଚ୍‌ଇଆଇ)ର ଷ୍ଟେଟ୍ ଅଫ୍ ଗ୍ଲୋବାଲ ଏୟାର୍ ଇନିସିଏଟିଭ୍ ଦ୍ବାରା ପ୍ରକାଶିତ ନୂତନ ରିପୋର୍ଟ ଅନୁସାରେ ସ୍ବଳ୍ପ ଓ ମଧ୍ୟମ ଆୟ-ବର୍ଗର ଦେଶଗୁଡ଼ିକର ନଗରୀଗୁଡ଼ିକରେ ପିଏମ୍‌୨.୫ ପ୍ରଦୂଷଣର ବିପଦ ସବୁଠାରୁ ଅଧିକ। ବିଶ୍ବର ପ୍ରାୟ ୭୦୦୦ରୁ ଅଧିକ ସହର ଉପରେ ଅନୁଧ୍ୟାନ କରାଯାଇଥିବା ବେଳେ ଖରାପ ଆଡ଼ୁ ସବା ଉପରେ ରହିଛି ଦିଲ୍ଲୀର ସ୍ଥାନ। ସବୁଠୁ ପ୍ରଦୂଷିତ ପ୍ରଥମ ୧୦ଟି ନଗରୀ ହେଉଛି: ଦିଲ୍ଲୀ, କୋଲକାତା, କାନୋ (ନାଇଜେରିଆ), ଲିମା (ପେରୁ), ଢାକା (ବାଂଲାଦେଶ), ଜାକର୍ତ୍ତା (ଇଣ୍ଡୋନେସିଆ), ଲାଗୋସ (ନାଇଜେରିଆ), କରାଚୀ (ପାକିସ୍ତାନ), ବେଜିଂ (ଚୀନ୍) ଓ ଆକ୍ରା (ଘାନା)।

ସମ୍ବନ୍ଧିତ ଖବର