ଓ୍ଵାସିଂଟନ: ଆଜି ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ ‘ଫାଲ୍ିକନ ହେଭି’ର ସଫଳ ଉତ୍କ୍ଷେପଣ କରାଯାଇଛି। ଆମେରିକାର ଫ୍ଲୋରିଡା ସ୍ଥିତ ଜର୍ଜ କେନେଡ଼ି ମହାକାଶ ଗବେଷଣା ପ୍ରତିଷ୍ଠାନରେ ଥିବା ନାସାର ଐତିହାସିକ ଲଞ୍ଚପ୍ୟାଡ଼୍ରୁ ହୋଇଥିବା ଉତ୍କ୍ଷେପଣ ସଂପୂର୍ଣ୍ଣ ସଫଳ ରହିଛି । ଆମେରିକାର ମହାକାଶ ଯାନ ନିର୍ମାଣକାରୀ କମ୍ପାନୀ ସ୍ପେସ୍-ଏକ୍ସ ଦ୍ୱାରା ଏହି ରକେଟର ନିର୍ମାଣ କରାଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ବିଶ୍ୱର ସବୁଠୁ ବଡ଼ ରକେଟ ହୋଇଥିବା ବେଳେ ଏଥିରେ ଏଲନ୍ ମସ୍କଙ୍କ ସ୍ପୋର୍ଟସ କାର ମଧ୍ୟ ମହାକାଶକୁ ପ୍ରେରଣ କରାଯାଇଛି। ପ୍ରଥମ ଥର ପାଇଁ ବିଶ୍ୱ ଇତିହାସରେ ଏକ କାର୍କୁ ମହାକାଶକୁ ପ୍ରେରଣ କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଫାଲ୍କନ ହେଭି ରକେଟର ଓଜନ ୬୩.୮ ଟନ୍ ହୋଇଥିବା ବେଳେ ଏହା ଦୁଇଟି ସ୍ପେସ୍ ସଟଲ୍ର ଓଜନଠାରୁ ମଧ୍ୟ ଅଧିକ। ଏହି ମହା ଶକ୍ତିଶାଳୀ ରକେଟରେ ୨୭ଟି ମର୍ଲିନ ଇଞ୍ଜିନ ଲାଗିଥିବା ବେଳେ ଏହାର ଉଚ୍ଚତା ୨୩୦ଫୁଟ ବୋଲି ଜଣାପଡ଼ିଛି। ଏହି ରକେଟ ପୃଥିବୀର କକ୍ଷ ପଥରୁ ମଙ୍ଗଳର କକ୍ଷପଥ ଯାଏଁ ଅନବରତ ଘୂରି ବୁଲିବ। ଏହି ରକେଟରେ ଯଦିଓ କୌଣସି ଜୀବିତ ମନୁଷ୍ୟକୁ ପଠାଯାଇ ନାହିଁ ତଥାପି ପାରାଚ୍ୟୁଟ୍ ପିନ୍ଧା ଏକ ରୋବୋଟକୁ ମହାକାଶକୁ ପ୍ରେରଣ କରାଯାଇଛି। ଭବିଷ୍ୟତରେ ନାସା ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମାନବ ପଠାଇବା ଲକ୍ଷ୍ୟରେ ଥିବା ଯୋଗୁଁ ସ୍ପେସ୍ ଏକ୍ସର ଏହି ପ୍ରକଳ୍ପ ନାସା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ରକେଟ ପୁନଃ ବ୍ୟବହାରକ୍ଷମ ବୋଲି କମ୍ପାନିର ମୁଖ୍ୟ ଏଲନ୍ ମସ୍କ କହିଛନ୍ତି। ମଙ୍ଗଳ ଓ ଚନ୍ଦ୍ରରେ ମାନବ ସମାଜର ପ୍ରତିଷ୍ଠା ଲକ୍ଷ୍ୟରେ ସ୍ପେସ୍ ଏକ୍ସର ଏହି ପ୍ରକଳ୍ପ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ୍ର ସଫଳ ଉତ୍କ୍ଷେପଣ
/sambad/media/post_attachments/wp-content/uploads/2018/02/1-8-555_020718092333.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)