ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ

ଟୋକିଓ: ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ଉତ୍ତର ଜାପାନର ହୋକାଇଦା ସ୍ଥିତ ତାଙ୍କ ବାସଭବନରେ ଆଜି ପରଲୋକ ଘଟିଛି। ତାଙ୍କୁ ୧୧୩ ବର୍ଷ ହୋଇଥିଲା। ଶନିବାର ଦିନ ସାମାନ୍ୟ ଅସୁସ୍ଥ ହେବାପରେ ରବିବାର ଭୋର୍‌ ସମୟରେ ମସାଜୋ ନୋନାକା ଆଖି ବୁଜି ଦେଇଥିଲେ ବୋଲି ପରିବାର ସଦସ୍ୟ କହିଛନ୍ତି। ୨୦୧୮ରେ ୧୧୨ ବର୍ଷ ଏବଂ ୨୫୯ ଦିନ ସଂପୂର୍ଣ୍ଣ କରିବା ଅସରରେ ତାଙ୍କୁ ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ମସାଜୋଙ୍କ ଜନ୍ମ ୨୫ ଜୁଲାଇ ୧୯୦୫ରେ ହୋଇଥିଲା। ସେ ମିଠା ଖାଇବାକୁ ବହୁତ ପସନ୍ଦ କରୁଥିଲେ। ମସାଜୋଙ୍କର ସମସ୍ତ ୭ ଭାଇ ଭଉଣୀଙ୍କ ପୂର୍ବରୁ ମୃତ୍ୟୁ ଘଟି ସାରିଥିବା ବେଳେ ପତ୍ନୀ ଏବଂ ୪ ସନ୍ତାନଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି ।

ସମ୍ବନ୍ଧିତ ଖବର