ମୁମ୍ବାଇ: କୋଟିପତି ମୁକେଶ ଅମ୍ବାନୀ ଖୁବଶୀଘ୍ର ମୁମ୍ବାଇରେ ନିଜର ମେଗା ମଲ୍‌ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ବିଳାସପୂର୍ଣ୍ଣ ବ୍ରାଣ୍ଡ୍‌ ଏବଂ ପୋଷାକ କମ୍ପାନିମାନେ ତାଙ୍କ ଷ୍ଟୋର ଭଡ଼ାରେ ନେବା ପାଇଁ ଧାଡ଼ି ବାନ୍ଧିଛନ୍ତି। ରିଲାଏନ୍‌ସ ବିଳାସପୂର୍ଣ୍ଣ ମଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବର୍ଣ୍ଣାଡ ଆର୍ନାଲ୍‌ଟ।

Advertisment

ବର୍ନାର୍ଡ ଆର୍ନାଲ୍‌ଟ ବିଳାସପୂର୍ଣ୍ଣ ପୋଷାକ କମ୍ପାନି ଏଲଭିଏମଏଚର ମୁଖ୍ୟ ଅଟନ୍ତି, ଯାହା ଏହାର ପୋଷାକ ଏବଂ ଆକ୍ସେସରିଜ୍‌ ବ୍ରାଣ୍ଡ ଲୁଇସ୍‌ ଭିୟୁଟନ୍‌ ପାଇଁ ଅଧିକ ଜଣାଶୁଣା। ଫୋର୍ବସ ଗୁରୁବାର ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ୩୭ତମ ସଂସ୍କରଣ ପ୍ରକାଶ କରି ତାଲିକାର ଶୀର୍ଷରେ ବର୍ଣ୍ଣାଡ ଆର୍ନାଲ୍‌ଟଙ୍କୁ ସ୍ଥାନ ଦେଇଛି।

ଅନ୍ୟପକ୍ଷରେ ମୁକେଶ ଅମ୍ବାନୀ ଫୋର୍ବସ ଧନୀ କୋଟିପତି ତାଲିକାର ଶୀର୍ଷ ୧୦ରେ ଏକମାତ୍ର ଭାରତୀୟ ଭାବେ ରହିଛନ୍ତି ଏବଂ ଭାରତୀୟ ମୁଦ୍ରାରେ ୬.୯୪ ଲକ୍ଷ କୋଟି ଟଙ୍କାର (୮୩.୪ ବିଲିୟନ ଡଲାର) ସମ୍ପତ୍ତି ସହ ନବମ ସ୍ଥାନରେ ରହିଛନ୍ତି। ଏବେ ମୁକେଶ ଅମ୍ବାନୀ ନିଜର ନୂଆ ମେଗା ମଲ୍‌ ପ୍ରୋଜେକ୍ଟ ଜିଓ ୱାର୍ଲ୍‌ଡ ପ୍ଲାଜା ଜରିଆରେ ନିଜର ସମ୍ପତ୍ତି ବିସ୍ତାର କରିବାକୁ ଯାଉଛନ୍ତି, ଯେଉଁଥିରେ ଡିଓର ଏବଂ ଗୁଚି ଭଳି ଅନ୍ତର୍ଜାତୀୟ ବିଳାସପୂର୍ଣ୍ଣ ବ୍ରାଣ୍ଡ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ଅଞ୍ଚଳରେ ନିଜର ଷ୍ଟୋର୍‌ ଖୋଲିବେ।

publive-image

ରିଲାଏନ୍‌ସର ଜିଓ ୱାର୍ଲ୍‌ଡ ସେଣ୍ଟରରେ ଦୋକାନ ଭଡ଼ାରେ ନେଇଥିବା ପ୍ରଥମ ବ୍ରାଣ୍ଡ ହେଉଛି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବର୍ଣ୍ଣାଡ ଆର୍ନାଲ୍‌ଟଙ୍କ ମାଲିକାନାରେ ଥିବା ବିଳାସପୂର୍ଣ୍ଣ ପୋଷାକ ବ୍ରାଣ୍ଡ ଲୁଇସ ଭି୍ୟୁଟନ୍। ମୁକେଶ ଅମ୍ବାନୀଙ୍କ ନୂଆ ମଲ୍‌ରେ ଥିବା ଏକ ଷ୍ଟୋର ପାଇଁ ଏଲଭିଏମ୍‌ଏଚ୍‌ ମାସିକ ୪୦ ଲକ୍ଷ ଟଙ୍କାରୁ ଅଧିକ ଭଡ଼ା ଦେବ ବୋଲି ସୂଚନା ମିଳିଛି। ଲୁଇ ଭିୟୁଟନ୍‌ର ବର୍ତ୍ତମାନ ସମଗ୍ର ଭାରତରେ ଏକାଧିକ ଷ୍ଟୋର ଅଛି। କିନ୍ତୁ ମୁକେଶ ଅମ୍ବାନୀଙ୍କ ଜିଓ ୱାର୍ଲ୍‌ଡ ପ୍ଲାଜା ଷ୍ଟୋର ଜରିଆରେ ବର୍ଣ୍ଣାଡ ଆର୍ନାଲ୍‌ଟ ଭାରତରେ ନିଜର ଖୁଚୁରା ବଜାରକୁ ବିସ୍ତାର କରିବାରେ ସକ୍ଷମ ହେବ। ବର୍ତ୍ତମାନ ଆର୍ନାଲ୍‌ଟଙ୍କ ଏଲଭିଏମ୍‌ଏଚ୍‌ର ନିଟ୍‌ ଆୟ ୬.୯ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।

ଭାରତୀୟ ମୁଦ୍ରାରେ ୧୭.୬୬ ଲକ୍ଷ କୋଟି ଟଙ୍କା (୨୧୧ ବିଲିୟନ ଡଲାର) ସମ୍ପତ୍ତି ସହ ଫୋର୍ବସ ଦ୍ୱାରା ପ୍ରକାଶିତ ବିଶ୍ୱର ସବୁଠାରୁ ଧନୀ ବିଲିୟନେୟାର ତାଲିକାରେ ଲୁଇ ଭ୍ୟୁଟନ୍‌ ମୁଖ୍ୟ ବର୍ନାର୍ଡ ଆର୍ନାଲ୍‌ଟ ପ୍ରଥମ ସ୍ଥାନରେ ରହିଛନ୍ତି।