ଚେନ୍ନାଇ: ଆଖିରେ ଅନ୍ଧପୁଟୁଳି ବାନ୍ଧି ମାତ୍ର ଦୁଇ ମିନିଟ୍ରେ ରୁବିକ୍ କ୍ୟୁବ୍ ପଜଲ୍ ସମାଧାନ କରି ଗିନିଜ୍ ଓ୍ଵାର୍ଲଡ୍ ରେକର୍ଡ କରିବାକୁ ଶୁକ୍ରବାର ଦିନ ଚେନ୍ନାଇର ଛଅ ବର୍ଷୀୟ ବାଳିକା ସାରା ଉଦ୍ୟମ କରିଥିଲେ।
ସ୍କୁଲ୍ ୟୁନିଫର୍ମ ପରିହିତା ସେ ବାଳିକା ଆଖିରେ ଅନ୍ଧପୁଟୁଳି ବାନ୍ଧି ବୈରାମୁତୁଙ୍କ କବିତା ଆବୃତ୍ତି କରି ୨ ମିନିଟ୍ ୭ ସେକେଣ୍ଡ୍ରେ ୨X୨ ରୁବିକ୍ର କ୍ୟୁବ୍ ସମାଧାନ କରିପକାଇଲେ।
/sambad/media/post_attachments/wp-content/uploads/2019/11/EJ9ullQUEAA9Apl-300x153.jpg)
ସାରାଙ୍କ ବାପା ଚାର୍ଲସ୍ ଗଣମାଧ୍ୟମକୁ କହିଛନ୍ତି: ଅତି ବାଳୁତ କାଳରୁ ସେ ଆପେକ୍ଷିକ ପ୍ରଶ୍ନଗୁଡ଼ିକର ସମାଧାନ ଆରମ୍ଭ କରିବା ପରେ ସେ ବିଷୟରେ ବିଧିବଦ୍ଧ ତାଲିମ ଓ ପାଠ୍ୟକ୍ରମ ପଢ଼ିଲା। ସେ ବିଶ୍ୱ ରେକର୍ଡ କରିସାରିଛି। ଏବେ ସେ ଗିନିଜ୍ ଓ୍ଵାର୍ଲଡ୍ ରେକର୍ଡ ପାଇଁ ଆଶାୟୀ।
ରୁବିକ୍ କ୍ୟୁବ୍ର ମୂଳ ନାଁ ଥିଲା ‘ମେଜିକ୍ କ୍ୟୁବ୍’। ଏହା ଗୋଟାଏ ଥ୍ରି-ଡି ମେକାନିକାଲ୍ ଟୁଇଷ୍ଟି ପଜଲ୍ ବା ମୋଡ଼ାମୋଡ଼ି କରାଯାଉଥିବା ଗୋଲକଧନ୍ଦା। ୧୯୭୪ରେ ହଙ୍ଗେରିର ଭାସ୍କର ଓ ସ୍ଥପତିର ପ୍ରାଧ୍ୟାପକ ଏର୍ଣ୍ଣୋ ରୁବିକ୍ ଏହାକୁ ଉଦ୍ଭାବନ କରି ଲାଇସେନ୍ସ୍ କରାଇ ନେଇଥିଲେ।