୨୧୧. ୫୦ ନିୟୁତ ଟପିଲା ସମଗ୍ର ବିଶ୍ବରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ‘ୱାର୍ଲଡୋମିଟର୍‌’ର ସଦ୍ୟତମ ତଥ୍ୟାବଳି ଅନୁସାରେ, ସମଗ୍ର ବିଶ୍ବରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨,୫୮୩,୬୪୪ରେ ପହଞ୍ଚିଛି। ଏଥିରୁ ୧୯୦,୧୯୭,୫୫୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୪୪୪,୩୯୦ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

୨୦୧୯ ଡିସେମ୍ବର ମାସରେ ଚୀନ୍‌ରେ ପ୍ରଥମେ ଏହି ରୋଗରେ ପୀଡ଼ିତମାନଙ୍କୁ ଚିହ୍ନଟ କରାଯିବା ପରେ ସମ୍ପ୍ରତି ବିଶ୍ବର ୨୧୦ରୁ ଅଧିକ ଦେଶକୁ ଏହା ସଂକ୍ରମିତ ହୋଇଯାଇଛି। କିନ୍ତୁ, ସଂକ୍ରମଣ ସଂଖ୍ୟାକୁ ଆଧାର କଲେ ସମଗ୍ର ବିଶ୍ବରେ ସମ୍ପ୍ରତି ୫୦ଟି ଦେଶ ଜଟିଳ ପରିସ୍ଥିତିରେ ରହିଛନ୍ତି।

୩୮,୫୪୫,୧୪୪ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା କରୋନାଭାଇରସ୍‌ ସଂକ୍ରମଣ ମାମଲାରେ ବିଶ୍ବର ସର୍ବାଗ୍ରେ ରହିଛି। ସେମାନଙ୍କ ମଧ୍ୟରୁ ୩୦,୪୭୨,୮୦୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୪୫,୦୫୮ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି। ଏବେ ଆମେରିକାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୭,୪୨୭,୨୮୨।

Image Courtesy of BBC

ସମୁଦାୟ ୩୨,୪୪୮,୯୬୯ କରୋନାଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଥାଇ ଭାରତ ବିଶ୍ବର ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୧,୬୭୩,୧୦୩ଜଣ ଆରୋଗ୍ୟ ହୋଇଥିବା ବେଳେ ୪୩୪,୭୮୪ଜଣ ପ୍ରାଣ ହରାଇଛନ୍ତି। ଏବେ ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୪୧,୦୮୨।

କୋଭିଡ୍‌-୧୯ ସଂକ୍ରମଣର ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ୍‌। ସେଠାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୦,୫୭୦,୮୯୧। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୪୪୮,୮୧୬। ଏହା ବ୍ୟତିରେକେ, ବ୍ରାଜିଲ୍‌ରେ ୫୭୪,୫୭୪ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Image Courtesy of Reuters

କରୋନାଭାଇରସ୍‌ ମହାମାରୀର ଚତୁର୍ଥ ସ୍ଥାନରେ ରହିଛି ରୁଷ୍। ରୁଷ୍‌ରେ ସମୁଦାୟ ୬,୭୪୭,୦୮୭ଜଣ ଆକ୍ରାନ୍ତ ହୋଇଛନ୍ତି, ୬,୦୧୯,୪୬୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୧୭୬,୦୪୪ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ରୁଷ୍‌ ପଛକୁ ଯଥାକ୍ରମେ ରହିଛନ୍ତି, ଫ୍ରାନ୍ସ୍‌, ଇଂଲଣ୍ଡ୍‌, ତୁର୍କୀ, ଆର୍ଜେଣ୍ଟିନା ସମେତ ସମଗ୍ର ବିଶ୍ବର ୨୧୯ଟି ଦେଶ।

ସମ୍ବନ୍ଧିତ ଖବର