ଚକୋଲେଟ୍‌ରୁ ବାହାରିଲା ପୋକ; ହାଇଦ୍ରାବାଦ୍‌ର କରାଚି ବେକେରି ବିରୋଧରେ ଅଭିଯୋଗ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଥିବା କରାଚି ବେକେରିରୁ କିଣାଯାଇଥିବା ଏକ ଚକୋଲେଟରେ ପୋକ ବାହାରିଥିବା ଅଭିଯୋଗ ହୋଇଛି। ଜଣେ ଗ୍ରାହକ କିଣିନେଇଥିବା ଚକୋଲେଟରୁ ପୋକ ବାହାରିବା ପରେ ସେ ଏହି ଅଭିଯୋଗ ଆଣିଥିଲେ। ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତିକରି ଗ୍ରେଟର୍‌ ହାଇଦ୍ରାବାଦ୍‌ ମୁନିସିପାଲ୍‌ କର୍ପୋରେସନ୍‌ ଏହା ଉପରେ ତଦନ୍ତ ଆରମ୍ଭ କରିଛି।

ଚକୋଟେଲ୍‌ରୁ ପୋକ ପାଇବା ପରେ ଠକାମୀର ଶିକାର ହୋଇଥିବା ଗ୍ରାହକ ଜଣକ କରାଚି ବେକେରିର ମାଲିକଙ୍କଠାରୁ ୨୫,୦୦୦ ଟଙ୍କା କ୍ଷତିପୂରଣ ବାବଦରେ ଦାବି କରିଛନ୍ତି।

 

ଦୋନିତା ଜୋସେ ନାମକ ଏହି ଗ୍ରାହକ ପୋକ ବାହରିଥିବା ଚକୋଲେଟ୍‌ରେ ଫଟୋ ଟୁଇଟର୍‌ରେ ସେୟାର୍‌ କରିଛନ୍ତି। ୪ଟି ଚକୋଲେଟ ଭିତରୁ ପୋକ ବାହାରିଥିବା ସେ ଅଭିଯୋଗ ଆଣିଛନ୍ତି। ସେହି ଫଟୋ ସେୟାର୍‌ କରିବା ସହ ଜଣାନାହିଁ ଆହୁରି କେତେ ଚକୋଲେଟ୍‌ରୁ ଏପରି ପୋକ ବାହାରୁଥିବ ବୋଲି ଲେଖି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ଦୁଇ ମାସ ତଳେ ହାଇଦ୍ରାବାଦ୍‌ର ଏକ ରେଷ୍ଟୁରାଣ୍ଟ୍‌ରୁ ବିରିୟାନି ମଗାଇଥିବା ଗ୍ରାହକ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ବିରିୟାନିରୁ ଏକ ସଁବାଳୁଆ ବାହାରିଥିଲା।

ସମ୍ବନ୍ଧିତ ଖବର