ଖାଦ୍ୟରୁ ବାହାରୁଚି ପୋକ, କାମ କରୁନି ପଙ୍ଖା; ଦୁଃଖ ବଖାଣିଲେ କୋଭିଡ-୧୯ ଡିଉଟିରେ ଥିବା ଲକ୍ଷ୍ନୗ ଡାକ୍ତରଖାନାର ଡାକ୍ତର

ଲକ୍ଷ୍ନୗ: ଡାକ୍ତରଖାନାର କୋଭିଡ -୧୯ ଡ୍ୟୁଟିରେ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ପ୍ୟାକେଟରେ ପୋକ ଥିବା ବିଷୟରେ ଅଭିଯୋଗ କରିଛନ୍ତି। ଏହାର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି l ଉତ୍ତମ ମାନର ଖାଇବା ମିଳୁନଥିବା ସହ ରହିବା ପାଇଁ ଦିଆଯାଇଥିବା ଘରେ ସବୁ ସୁବିଧା ନଥିବାର ମଧ୍ୟ ଅଭିଯୋଗ କରାଯାଇଛି |

ରେସିଡେଣ୍ଟ ଡାକ୍ତରଙ୍କ କଲ୍ୟାଣ ସଂଘ (ଆରଡିଡବ୍ଲୁଏ)ର ସଭାପତି ଡାକ୍ତର ନୀରଜ ମିଶ୍ରଙ୍କ କହିବା ମୁତାବକ, “ଖାଦ୍ୟରେ ପୋକ ବିଷୟରେ ଅଭିଯୋଗ ଉଭୟ ରେସିଡେଣ୍ଟ ଡାକ୍ତର ଏବଂ ଅଣ-କ୍ଲିନିକାଲ୍ କର୍ମଚାରୀଙ୍କ ଦ୍ୱାରା ଅନେକ ଥର କରାଯାଇଛି। ବେଳେବେଳେ ରେସିଡେଣ୍ଟ ଡାକ୍ତରମାନଙ୍କୁ କାର୍ଯ୍ୟ ସମୟ ପରେ ବିଶ୍ରାମ ନେବା ପାଇଁ ଦିଆଯାଇଥିବା ସ୍ଥାନରେ ଫ୍ୟାନ ମଧ୍ୟ କାମ କରୁନଥିବା ଘଟଣା ସାମ୍ନାକୁ ଆସିଛି।

Covid-19: Frontline doctors stressed both at work and home, study ...
Hindustan Times

ତେବେ ଖାଦ୍ୟରୁ ପୋକ ବାହାରିବା ପରେ ଏବେ କିଙ୍ଗ ଜର୍ଜଙ୍କ ମେଡିକାଲ ୟୁନିଭରସିଟି (କେଜିଏମୟୁ)ର ଉପାଧ୍ୟକ୍ଷଙ୍କୁ ଚିଠି ଲେଖି ଡାକ୍ତରମାନେ ଅଭିଯୋଗ କରିଥିବା ଜଣାପଡିଛି | “ମୋତେ ଦିଆଯାଇଥିବା ଖାଦ୍ୟରେ ପୋକ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁଁ ଏହାକୁ ଆପଣଙ୍କ ନଜରକୁ ଆଣିବାକୁ ଚାହୁଁଛି ବୋଲି ଡାକ୍ତର ଜାଙ୍ଗି ଲାଲ ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱରେ ଥିବା ଇନ-ଚାର୍ଜଙ୍କୁ ଚିଠି ଲେଖିଛନ୍ତି।

କେଜିଏମୟୁର ନର୍ସ ଆସୋସିଏସନର ସଭାପତି, ଯଦୁନନ୍ଦିନୀ ସିଂ କହିଛନ୍ତି, “ଖାଦ୍ୟ ପ୍ୟାକେଟରୁ ପୋକ ବାହାରିବା ଘଟଣା ରୋଷେଇ ଦାୟିତ୍ୱର ଥିବା ଲୋକଙ୍କ ଅବହେଳା ସାମ୍ନାକୁ ଆଣିଛି | ଏଭଳି ଖାଦ୍ୟ ଖାଇବା ଦ୍ୱାରା ଦିନ ରାତି କରୋନା ରୋଗୀଙ୍କୁ ବଞ୍ଚାଇବାରେ ଲାଗିପଡିଥିବା ଡାକ୍ତରଙ୍କର ଜୀବନ ବିପଦରେ ପଡ଼ିବାର ଆଶଙ୍କା ରହିଛି | ଆମର ଆସୋସିଏସନ କୁଳପତିଙ୍କୁ ଭେଟିବ ଏବଂ କର୍ମଚାରୀଙ୍କ ପାଇଁ ଭଲ ଖାଦ୍ୟ ଦେବା ପାଇଁ କହିବ |

ସମ୍ବନ୍ଧିତ ଖବର