କାଶ୍ମୀର କଥା ଛାଡି ନିଜ ଦେବାଳିଆ ଦେଶ କଥା ଚିନ୍ତା କର, ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଭାରତର ଦୃଢ ଜବାବ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗତ କାଲି ଦେଇଥିବା ଭାରତ ବିରୋଧୀ ମନ୍ତବ୍ୟର ଦୃଢ ଜବାବ ଦେଇଛି ଭାରତ । ଇମ୍ରାନ କାଶ୍ମୀରକୁ ଛାଡି ପ୍ରଥମେ ଦେବାଳିଆ ହୋଇଯାଇଥିବା ନିଜ ଦେଶକୁ ସମ୍ଭାଳନ୍ତୁ । ଗତ କାଲି ଟ୍ଵିଟରରେ ଇମ୍ରାନ ଲେଖିଥିଲେ ଯେ ଭାରତୀୟ ସେନା କାଶ୍ମୀରରେ ନିରୀହ ଲୋକମାନଙ୍କ ନରସଂହାର ଛାଡନ୍ତୁ । ତେବେ ନିଜର ଏହି ଟ୍ଵିଟରେ ସେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ସଂପର୍କରେ କିଛି କହିନଥିଲେ । ତେବେ ଏହାର ଜବାବ ରଖି ବିଜେପି ମୁଖପାତ୍ର ସାହାନାଓ୍ଵାଜ ହୁସେନ କହିଛନ୍ତି ଯେ ଇମ୍ରାନ କାଶ୍ମୀର ଚିନ୍ତା ଛାଡି ପ୍ରଥମ ନିଜର ଦେବାଳିଆ ଦେଶକୁ ସମ୍ଭାଳନ୍ତୁ । ଜାମ୍ମୁ ଓ କାଶ୍ମୀର ଏପରିକି ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଗ । ଏଣୁ ପାକିସ୍ତାନ ପ୍ରଥମେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ନଖେଳାଇ ନିଜର ଦେଶକୁ ସମ୍ଭାଳୁ । ଗତ କାଲି ଭାରତର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ପାକିସ୍ତାନକୁ ଦୃଢ ଭାଷାରେ ଜବାବ ଦେଇ କହିଥିଲା ଯେ ପାକିସ୍ତାନ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ନିଜ ଦେଶ କଥା ଚିନ୍ତା କରୁ । ସେହିପରି ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀମାନଙ୍କୁ ପ୍ରଶୟ ଦେଇ ଭାରତକୁ ପଠାଉଥିବାରୁ ତାହାକୁ ଦୃଢ ହସ୍ତରେ ଦମନ କରାଯିବ ବୋଲି ଭାରତୀୟ ସେନା ସତର୍କ କରାଇଦେଇଛି ।

ସମ୍ବନ୍ଧିତ ଖବର