ଚିନ୍ତା ବଢ଼ାଇଲା ଉତ୍ତର କୋରିଆ: ତୁହାକୁ ତୁହା କ୍ଷେପଣାସ୍ତ୍ର ପରୀକ୍ଷା, ଦକ୍ଷିଣ କୋରିଆ ବି ପରୀକ୍ଷା କଲା

ସିଓଲ: ଉତ୍ତର କୋରିଆ ତୁହାକୁ ତୁହା ପ୍ରାୟ ୨୩ଟି କ୍ଷେପଣାସ୍ତ୍ର ଛାଡ଼ିବା ପରେ ବୁଧବାର ଦକ୍ଷିଣ କୋରିଆ ଦ୍ବୀପାଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ସମୁଦ୍ର ସୀମାନ୍ତ ଅଞ୍ଚଳରେ ଆତ୍ମରକ୍ଷା ପାଇଁ ସୀମାନ୍ତବାସୀମାନେ ଭୂଇଁତଳ କୋଠରିଗୁଡ଼ିକରେ ଯାଇ ଲୁଚିଥିଲେ। ଏହାର ଜବାବରେ ଦକ୍ଷିଣ କୋରିଆ ବି ସେହି ସୀମାନ୍ତରେ ୩ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛି।

ଦକ୍ଷିଣ କୋରିଆ ଓ ଆମେରିକା ମିଳିତ ସମରାଭ୍ୟାସରେ ଉତ୍‌କ୍ଷିପ୍ତ ଉତ୍ତର କୋରିଆ ଏହାକୁ ତାଙ୍କ ଦେଶକୁ ଆକ୍ରମଣ କରିବାର ପୂର୍ବ ପ୍ରସ୍ତୁତି ବୋଲି କହିବା ସହ ଉଭୟ ଦେଶ ଏହାର ପରିଣାମ ଭୋଗିବେ ବୋଲି ଚେତାବନୀ ଦେଇଛି। ଦରକାର ହେଲେ ଦୁଇ ଦେଶକୁ ପରମାଣୁ ବୋମା ଦ୍ବାରା ଉଡ଼ାଇ ଦେବାକୁ ଉତ୍ତର କୋରିଆ ଧମକ ଦେଇଛି। ଏହାପରେ ଦକ୍ଷିଣ କୋରିଆକୁ ଧମକାଇବା ପାଇଁ ଉତ୍ତର କୋରିଆ ସୀମାନ୍ତ ସମୁଦ୍ରରେ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏଥିରୁ ଗୋଟିଏ ଦକ୍ଷିଣ କୋରିଆର ସମୁଦ୍ର ତଟରେ ପଡ଼ିଥିଲା। ଏହାର ଜବାବରେ ବୁଧବାର ଦକ୍ଷିଣ କୋରିଆ ମଧ୍ୟ ତିନୋଟି କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା।

ସମ୍ବନ୍ଧିତ ଖବର