ପାନାଜୀ: ପ୍ରାୟ ୪୦ ବର୍ଷ ପରେ ଅତି ପ୍ରବଳ ବର୍ଷା ଏବଂ ନଈଗୁଡ଼ିକରେ ବନ୍ୟା ହେତୁ ଗୋଆର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ପ୍ରାୟ ୧୦୦୦ ଘର ଭାଙ୍ଗି ନଷ୍ଟ ହୋଇଯାଇଛି ଏବଂ ଅନେକ ବ୍ୟକ୍ତିଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା କଥା ରାଜ୍ୟ ସରକାର କହିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସାମ୍ପାଦିକମାନଙ୍କୁ କହିଛନ୍ତି ଯେ, ସତ୍ତାରି, ବିଚୋଲିମ, ପୋଣ୍ଡା, ଧରବନ୍ଦୋରା, ବାର୍ଡେଜ୍ ଏବଂ ପେର୍ନେମ୍ ଆଦି ତାଲୁକରେ ଜଳ ପ୍ରଳୟ ଅଧିକ ହୋଇଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳମାନଙ୍କରେ ମଧ୍ୟ ବିଶେଷ କ୍ଷୟକ୍ଷତି ହୋଇଛି।
ଧରାବନ୍ଦୋରାରେ ଜଣେ ମହିଳା ବୁଡ଼ି ମରିଥିବା ଖବର ମିଳିଛି ସତ କିନ୍ତୁ, ତାଙ୍କ ମୃତ୍ୟୁର ବାସ୍ତବ କାରଣ ଜଣାପଡ଼ି ନାହିଁ ବୋଲି ସେ କହିଛନ୍ତି।
Image Courtesy of India Todayଗତ ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିବା ଲାଗି ବିଚୋଲିମ୍ ତାଲୁକର ନିର୍ଦ୍ଦିଷ୍ଟ କେତେକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବନ୍ୟାଞ୍ଚଳରୁ ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କ ପାଇଁ ସରକାରୀ ସ୍କୁଲ୍ଗୁଡ଼ିକୁ ଅସ୍ଥାୟୀ ଆଶ୍ରୟ ନିବାସ କରାଯାଇଛି। ୧୯୮୨ ପରେ ଏହା ହେଉଛି ସବୁଠୁ ପ୍ରଳୟଙ୍କର ବନ୍ୟା। ବଢ଼ିରେ କୋଟି କୋଟି ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଯାଇଛି। ଉତ୍ତର ଗୋଆର ପେର୍ନେମ୍ ତାଲୁକସ୍ଥିତ ଚାପୋରା ନଈ ବଢ଼ିବାରୁ ତଳିଆ ଅଞ୍ଚଳକୁ ପାଣି ମାଡ଼ିଯାଇ ୮୮ଟି ଘର ନଷ୍ଟ କରି ଦେଇଛି। ଏଥିଯୋଗୁଁ ବାର୍ଡେଜ୍ ତାଲୁକରେ ମଧ୍ୟ ୧୬୭ଟି ଘର ଭାଙ୍ଗିଯାଇଛି।
ସେହିପରି, ଦକ୍ଷିଣ ଗୋଆର ସାଲ୍କେଟ୍ ତାଲୁକରେ କୁଶବତୀ ନଈରେ ବଢ଼ି ଆସିବାରୁ ୧୮ଟି ଘର ନଷ୍ଟ ହୋଇଛି। କାନାକୋନାରେ ତାଲପୋନା ନଈବଢ଼ି ଯୋଗୁଁ ୧୩୫ଟି ଘର ନଷ୍ଟ ହୋଇଛି ଏବଂ ୧୫୦ଜଣ ବ୍ୟକ୍ତିଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ ସାୱନ୍ତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/goa-flood.jpg)