ପ୍ୟାରିସ୍: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆଗକୁ ଆହୁରି ଖରାପ ପରିସ୍ଥିତି ଆସୁଛି ବୋଲି ପୁଟିନ୍ଙ୍କ ସହ ଫୋନ୍ରେ କଥାବାର୍ତ୍ତା ପରେ ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ କହୁଛନ୍ତି।
ପ୍ରାୟ ୯୦ ମିନିଟ୍ର କଥାବାର୍ତ୍ତା ବିଫଳ ହେବା ପରେ ଟୁଇଟ୍ କରି ମାକ୍ରୋନ୍ ଲେଖିଛନ୍ତି, ୟୁକ୍ରେନ୍ ଆକ୍ରମଣ ସ୍ଥଗିତ ରଖିବା ପାଇଁ ପୁଣି ଥରେ ସେ ପୁଟିନ୍ଙ୍କୁ କହିଲେ। କିନ୍ତୁ, ଏଥର ବି ପୁଟିନ୍ ତାଙ୍କ କଥା ଅଗ୍ରାହ୍ୟ କରିଦେଲେ। ଅଧିକ ଜନକ୍ଷୟ ରୋକିବାକୁ ମସ୍କୋ ସହିତ ଆଲୋଚନା ଚାଲୁ ରଖାଯିବା ଉଚିତ। ସବୁଠୁ ବଡ଼ ଅଘଟଣ ଘଟାଇ ନ ଦେବାକୁ ଆମେ ଉଦ୍ୟମ କରିବା ଉଚିତ।
Image Courtesy of Rediffmailଯୁଦ୍ଧ ଆଜି ୯ମ ଦିନରେ ପ୍ରବେଶ କରିଥିବା ବେଳେ ଗତକାଲି ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ଆଧାର କରି ୟୁକ୍ରେନ୍ରୁ ସେନା ପ୍ରତ୍ୟାହାର ନିମନ୍ତେ ରୁଷ୍ ଉପରେ ଚାପ ପକାଇବା ଲାଗି ଅଧିକ କଟକଣା ଜାରି କରାଯିବା ଉପରେ ଫ୍ରାନ୍ସ୍ ସରକାର ବିଚାର କରୁଛନ୍ତି।
Image Courtesy of India Todayଫ୍ରାନ୍ସ୍ ରାଷ୍ଟ୍ରପତିଙ୍କ ବାସଭବନ ‘ଦି ଏଲିସି ପାଲେସ୍’ କହିଛି: କଟକଣା ସୁଦୃଢ଼ କରିବା ଲାଗି ଏବଂ ତା’ର କୁପରିଣାମ ଗ୍ରହଣ କରିବା ଲାଗି କ’ଣ କରାଯିବ ଆଜି ଆମେ ସ୍ପଷ୍ଟ ଭାବେ ପ୍ରତିପାଦନ କରିଛୁ। ସ୍ବଳ୍ପ ଉଦ୍ୟମ କରି ୟୁକ୍ରେନ୍ ପାଇଯିବେ ବୋଲି ରାଷ୍ଟ୍ରପତି ପୁଟିନ୍ଙ୍କ ମନରେ ଯେଉଁ ଧାରଣା ରହିଛି, ଆମେ ତାହା କରାଇ ଦେବୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Macron-on-Russia-Ukraine-War_Thumbnail.jpg)