ଆଗକୁ ଆହୁରି ଖରାପ ସମୟ ଆସୁଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା : ସମଗ୍ର ବିଶ୍ୱରେ କୋରନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଟପିଯାଇଛି ଓ ମୃତ୍ୟୁସଂଖ୍ୟା ୫ଲକ୍ଷ ଟପିଯାଇଛି । ଅନେକ ଦେଶ ଏହି କରୋନା ମହାମାରୀ ପ୍ରକୋପରେ ଗୁରୁତରଭାବେ ପ୍ରଭାବିତ ହୋଇଛନ୍ତି ।

ତେବେ ଏକ ଡରାଇବା ଭଳି ବୟାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରେୟସସ କହିଛନ୍ତି ଯେ ଆଗକୁ ଆହୁରି ଖରାପ ସମୟ ଆସିବାକୁ ଯାଉଛି । ନିକଟ ଭବିଷ୍ୟତରେ କରୋନା ଭାଇରସ ଯିବାଭଳି ଲାଗୁନାହିଁ । ଅନେକ ଦେଶ ଲକଡାଉନ ଖୋଲିବା ପରେ ପୁଣି ଥରେ କରୋନା ସଂକ୍ରମଣ ସଂଖ୍ୟା ବଢିଯାଇଛି । ଏହି ଭାଇରସ ଆହୁରି ବଢିବାର ଆଶଙ୍କା ରହିଛି । ଆମେ ସମସ୍ତେ ଏହା ଶେଷ ହେଉ ବୋଲି ଚାହୁଁଛୁ, କିନ୍ତୁ କହିବାକୁ ଖରାପ ଲାଗିଲେ ମଧ୍ୟ ଏହା ସତ ଯେ ନିକଟ ଭବିଷ୍ୟତରେ ଏହା ଆମ ଜୀବନରୁ ଯିବାଭଳି ଲାଗୁନାହିଁ । ଯଦିଓ କରୋନା ମୁକାବିଲା କ୍ଷେତ୍ରରେ ଅନେକ ଦେଶ ଅଗ୍ରଗତିି କରିଛନ୍ତି, କିନ୍ତୁ ପ୍ରକୃତରେ କରୋନା ମାଡ଼ିଚାଲିଛି ।

CNBC.com

ଗତକାଲି ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୧ କୋଟି ଟପିଯାଇଥିଲା । ଏହା ସହିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ଟପିଯାଇଥିଲା । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ବ୍ରାଜିଲ, ଋଷିଆ ଓ ଭାରତ ରହିଛନ୍ତି ।

ସମ୍ବନ୍ଧିତ ଖବର