ନୂଆଦିଲ୍ଲୀ: କରୋନା ମହାମାରୀର ଉପଶମ ନେଇ କେତେକ କଳ୍ପନାପୂର୍ଣ୍ଣ ଓ ତ୍ରୁଟିଯୁକ୍ତ ପ୍ରଚାର ବିଭିନ୍ନ ସୋସିଆଲ୍ ସୋସିଆଲ ମିଡିଆରେ କରାଯାଉଛି। ମାତ୍ର, ଏସବୁ ତ୍ରୁଟିଯୁକ୍ତ ମନଗଢ଼ା କାହାଣୀ କେତେ ଭରସାଯୋଗ୍ୟ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭିଟାମିନ୍-ସି, ଭିଟାମିନ୍-ଡି, ଜିଙ୍କ୍ ଆଦି ସେବନ କଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କରୋନା ଉପଶମ କରାଇଥାଏ ବୋଲି ଯେଉଁ ପ୍ରଚାର ହେଉଛି ତାହାର କୌଣସି ପ୍ରମାଣ ନାହିଁ। ବରଂ ଏହାର ସେବନ ଶରୀରର ସ୍ବାଭାବିକ ଓ ପ୍ରାକୃତିକ ରୋଗପ୍ରତିରୋଧକ ଶକ୍ତି ଉପରେ କୁ-ପ୍ରଭାବ ପକାଇଥାଏ। ସେହିଭଳି ଚପଲ ଦ୍ବାରା କରୋନା ସଂକ୍ରମଣ ବ୍ୟାପକ ହୋଇଥାଏ ବୋଲି ଯେଉଁ ଅପପ୍ରଚାର ହେଉଛି ତାହା ମିଥ୍ୟା। ଚପଲ ଦ୍ବାରା କରୋନା ସଂକ୍ରମଣ ହାର ଅତି ନଗଣ୍ୟ ବୋଲି କୁହାଯାଉଛି। ତେବେ ଥର୍ମାଲ ସ୍କାନରକୁ ନେଇ ସବୁଠୁ ତ୍ରୁଟିପୂର୍ଣ୍ଣ ପ୍ରଚାର କରାଯାଉଛି। ଥର୍ମାଲ୍ ସ୍କାନର କରୋନା ଚିହ୍ନଟରେ ସହାୟକ ହୋଇ ନଥାଏ। ବରଂ ଏହା କେବଳ ସାଧାରଣ ଜ୍ବରକୁ ଚିହ୍ନାଇଥାଏ। ସେହିଭଳି ଖାଦ୍ୟରେ କିମ୍ବା ସୁପ୍ରେ ଗୋଲମରିଚ ଗୁଣ୍ଡ ମିଶାଇଲେ କରୋନା ଭଲ କରି ନଥାଏ। ଏହା କେବଳ ଖାଦ୍ୟର ସ୍ବାଦ ବଢ଼ାଇବା ବ୍ୟତୀତ କରୋନା ମୁକାବିଲାରେ କୌଣସି ସହାୟକ ହୋଇ ନଥାଏ।
ରସୁଣ ଖାଇଲେ କରୋନା ଭଲ ହେବ କି?
ଭିଟାମିନ୍ ସି, ଡି କରୋନା ପାଇଁ କେତେ ସହାୟକ
/sambad/media/post_attachments/wp-content/uploads/2020/08/bulbs-and-bowl-of-garlic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)