ନୂଆଦିଲ୍ଲୀ: କ୍ଷତ ଭରିଯାଇଛି କିନ୍ତୁ, ସେ ଜନିତ ମାନସିକ ଉଦ୍ବେଗର ଦାଗ ରହିଥିବ ବୋଲି ଆଜି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ କର୍କଟ ରୋଗରେ ପୀଡ଼ିତା ସ୍ତ୍ରୀ ନବଜୋତ୍ କୌର୍ ସିଦ୍ଧୁଙ୍କ ଫେଟୋ ସେୟାର୍ କରି କହିଛନ୍ତି।
ସ୍ତ୍ରୀ ୫ମ ଥର ‘କେମୋ’ ନେବା ସମୟର ଫଟୋ ‘ଏକ୍ସ୍’ରେ (ଟୁଇଟର୍) ସେୟାର୍ କରି ସିଦ୍ଧୁ କହିଛନ୍ତି, ଅତ୍ୟାବଶ୍ୟକ ମନେକରୁଥିବାରୁ ସେ ତାଙ୍କୁ ମନାଲି ବୁଲାଇବାକୁ ନେବେ।
ଉଲ୍ଲେଖଯୋଗ୍ୟ, ‘ଷ୍ଟେଜ୍-୨ ଇନ୍ଭାସିଭ୍ କ୍ୟାନ୍ସର୍’ ହୋଇଥିବା କଥା ଗତ ମାର୍ଚ ମାସରେ ଜଣାପଡ଼ିବା ପରେ ନବଜୋତ୍ କୌରଙ୍କର ଅସ୍ତ୍ରୋପଚାର କରାଯାଇଛି।
/sambad/media/post_attachments/wp-content/uploads/2023/08/F3G0fi_bkAA_ZqL.jpg)
ଉପରୋକ୍ତ କଥାକୁ ନେଇ ସିଦ୍ଧୁ ଲେଖିଛନ୍ତି: କ୍ଷତ ଶୁଖି ଯାଇଛି କିନ୍ତୁ, ଏହି ମାନସିକ ଉଦ୍ବେଳନର ଦାଗ ରହିଥିବ। ୫ମ ‘କେମୋ’ ଦିଆଯାଉଛି। ସେଥିପାଇଁ ଉତ୍ତମ ନାଡ଼ୀଟିଏ (ଭେନ୍) ପାଇବା ବେଳେ ବେଳେ କଷ୍ଟକର ହେଉଥିଲା। ତା’ପରେ ଡାକ୍ତର ରୁପିନ୍ଦରଙ୍କ ପାରଦର୍ଶିତା ମିଳିଲା। ସେ (ସ୍ତ୍ରୀ) ହାତ ଉଠାଇବାକୁ ବି ମନା କରୁଛନ୍ତି। ତେଣୁ, ମୁଁ ତାଙ୍କୁ ଚାମଚରେ ଖୁଆଉଛି।
‘କେମୋ’ ନେବା ପରେ ରକ୍ତବାହୀ ଶିରା/ଧମନୀରେ ବ୍ୟାପକ ପ୍ରତିକ୍ରିୟା ଓ ଅତିଶୟ ଗରମ ଓ ଗୁଳୁଗୁଳି ପ୍ରତି ଧ୍ୟାନ ଦେଇ ଟିକିଏ ଆରମ ଦେବା ଲାଗି ତାଙ୍କୁ ମନାଲି ନେଇଯିବାର ସମୟ ଆସିଛି ବୋଲି ସିଦ୍ଧୁ ଲେଖିଛନ୍ତି।