ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ପାକିସ୍ତାନୀ ସେନା ହେଲିିକପ୍ଟର , ୬ମୃତ

ଇସଲାମାବାଦ: ସୋମବାର ରାତିରୁ ଉତ୍ତର-ପଶ୍ଚିମ ବାଲୁଚିସ୍ତାନରେ ପାକିସ୍ତାନୀ ସେନାର ହେଲିକପ୍ଟର ନିଖୋଜ ହୋଇଯାଇଥିଲା। ହେଲିକପ୍ଟରର ଖୋଜ ଖବର କିିଛି ନମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପାକିସ୍ତାନୀ ବାୟୁସେନା। କିଛି ଘଣ୍ଟାର ଅପରେସନ ପରେ ଏ‌ବେ ହେଲିକପ୍ଟରର ଭଗ୍ନାଂଶ ମିଳିଛି। ଲାସବେଲା ଜିଲ୍ଲାର ମୁସା ଗୋଥ ନିକଟରେ ହେଲିକପ୍ଟରର ଭଗ୍ନାଂଶ ମିଳିଥିବା ଜଣାପଡ଼ିଛି।

ସୂଚନାନୁସାରେ, ଏହି ଦୁର୍ଘଟଣାରେ ୬ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଛି, ଯେଉଁମାନଙ୍କ ମୃତଦେହ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏଥି ସହ ପାକିସ୍ତାନ ସେନାର ଗଣମାଧ୍ୟମ ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ସରଫରାଜ ଅଲିଙ୍କ ସମେତ ସମସ୍ତ ୬ଜଣ ସେନା ଅଧିକାରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ଆଇଏସପିଆରର ମହାନିର୍ଦ୍ଦେଶକ (ଡିଜି) ଟ୍ୱିଟ୍ କରି କହିଛନ୍ତି ଯେ, ଲାସବେଲା ଜିଲ୍ଲାର ମୁସା ଗୋଥରୁ ହେଲିକପ୍ଟରର ଧ୍ୱଂସାବଶେଷ ମିଳିଛି। ଏଥିରେ ଲେଫ୍ଟନାଣ୍ଟ ଜେନେରାଲ ସରଫରାଜ ଅଲିଙ୍କ ସମେତ ସମସ୍ତ ୬ଜଣ ଅଧିକାରୀ ଏବଂ ସୈନିକଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି।

ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ କହିଛନ୍ତି ଯେ ପାକିସ୍ତାନୀ ସେନା ଅଧିକାରୀଙ୍କ ମୃତ୍ୟୁରେ ଦେଶ ବହୁତ ଦୁଃଖି। ମୃତକମାନେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ଭଳି ଏକ ଉତ୍ତମ କାର୍ଯ୍ୟ କରୁଥିଲେ। ଏହି ବୀର ପୁଅମାନଙ୍କ ନିକଟରେ ଦେଶ ସର୍ବଦା ଋଣୀ ହୋଇ ରହିବ। ଶୋକସନ୍ତପ୍ତ ପରିବାରକୁ ମୁଁ ହୃଦୟରୁ ସମବେଦନା ଜଣାଉଛି।

ସମ୍ବନ୍ଧିତ ଖବର