ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେଶ ତିନୋଟି ମୁକାବିଲା ଜିତି ଫାଇନାଲ୍ରେ ପହଞ୍ଚିଥିଲେ। ବୁଧବାର ସେ ଫାଇନାଲ ମ୍ୟାଚ୍ ଖେଳିଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ଯ୍ୟ ୫୦ କିଲୋଗ୍ରାମ ସୀମାଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାପରେ ତାଙ୍କୁ ଅଲିମ୍ପିକ୍ ମହିଳା କୁସ୍ତି ଖେଳିବାକୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା।
ଏହି ଘୋଷଣା ପରେ ଭାରତବାସୀ ନିରାଶ ହୋଇଯାଇଛନ୍ତି। ବିଭିନ୍ନ ରାଜନେତାମାନେ ଭିନେଶଙ୍କ ଅଯୋଗ୍ୟ ଘୋଷଣାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ତେବେ ଭିନେଶ ଅଯୋଗ୍ୟ ଘୋଷଣା ପରେ ବି ପଦକ ପାଇ ପାରିବେ ବୋଲି ଶୁଣିବାକୁ ମିଳୁଛି। ଏନେଇ ଆଜି ଶୁଣାଣି ହେବାର ଅଛି।
विनेश आप हारी नही हराया गया हैं, हमारे लिए सदैव आप विजेता ही रहेगी आप भारत की बेटी के साथ साथ भारत का अभिमान भी हो 🫡😭 https://t.co/oRTCPWw6tj
— Bajrang Punia 🇮🇳 (@BajrangPunia) August 8, 2024
ଏହି କ୍ରମରେ ଟୋକିଓ ଅଲିମ୍ପିକ୍ସ ୨୦୨୦ର କାଂସ୍ୟପଦକ ବିଜେତା ବଜରଙ୍ଗ ପୁନିଆ ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ଭିନେଶ ଆପଣ ହାରି ନାହାନ୍ତି। ଜାଣିବୁଝି ହରାଯାଇଛି। ମୋ ନଜରରେ ଭାରତବାସୀଙ୍କ ନଜରରେ ଆପଣ ସର୍ବଦା ବିଜେତା ହୋଇ ରହିବେ। ଆପଣ ଭାରତର ଝିଅ ହେବା ସହିତ ଭାରତର ଗର୍ବ ମଧ୍ୟ।’
ଫ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ହେବାପରେ ଭିନେଶ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଗୁରୁବାର ଭିନେଶ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ ମା’ କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ତୁମର ଓ ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ମୋତେ କ୍ଷମା କରିଦେବ, ଆପଣଙ୍କର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ। ବିଦାୟ କୁସ୍ତି ୨୦୦୧-୨୦୨୪। । ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।’
ସୂଚନାଯୋଗ୍ୟ, ଭିନେଶ କୁସ୍ତିରୁ ଏଭଳି ସନ୍ନ୍ୟାସ ନେବା ଘୋଷଣା କରିବା ନେଇ ସମସ୍ତେ ଚକିତ ହୋଇପଡିଛନ୍ତି।