ଚେନ୍ନାଇ: ‘ୟୁଟ୍ୟୁବ୍‌’ରେ ସାକ୍ଷାତ୍‌କାର ଦେଉଥିବା ବେଳେ ମଣିପୁର ହିଂସା ଓ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ବିଷୟରେ ଅପମାନଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଆଜି ତାମିଲନାଡୁ ପୁଲିସ ରାଜନୈତିକ ବିଶ୍ଳେଷଣକାରୀ/ରାଜନୈତିକ ବିଜ୍ଞାନୀ ତଥା ପ୍ରକାଶକ ବଦ୍ରୀ ଶେଷାଦ୍ରିଙ୍କୁ ଗିରଫ କରିଛି।

Advertisment

ପୁଲିସ କହିବା ଅନୁସାରେ, ଶେଷାଦ୍ରିଙ୍କୁ  ଦଫା ୧୫୩, ୧୫୩(ଏ) ଏବଂ ୫୦୫(୧)(ବି)ରେ ଗିରଫ କରାଯାଇଛି।

ସାକ୍ଷାତ୍‌କାରରେ ଶେଷାଦ୍ରି କହିଥିଲେ, ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଆପଣ (ସରକାର) କିଛି କରି ନ ପାରିଲେ, ଆମେ (ଅଦାଲତ) କରିବୁ। ଚାଲନ୍ତୁ, ଚନ୍ଦ୍ରଚୂଡ଼ଙ୍କୁ ବନ୍ଧୁକଟିଏ ଦେଇ ସେଠାକୁ ପଠାଇ ଦେବା। ଦେଖାଯାଉ, ସେ ଶାନ୍ତି ଫେରାଇ ଆଣି ପାରୁଛନ୍ତି କି, ନାହିଁ।

ଶେଷାଦ୍ରି ଆହୁରି ମଧ୍ୟ କହିଥିଲେ, ସେ ଅଞ୍ଚଳ ହେଉଛି ପାହାଡ଼ିଆ ଏବଂ ଗହନ ବା ଜଟିଳ। ତେଣୁ, ସେଠାରେ ହତ୍ୟାକାଣ୍ଡ ଘଟିବ। ଆମେ ହିଂସାକାଣ୍ଡ ବନ୍ଦ କରି ପାରିବା ନାହିଁ।

publive-image Image Courtesy of News9

ଉପରୋକ୍ତ ଟିପ୍ପଣୀ ଦେଇଥିବାରୁ ଆଡ୍‌ଭୋକେଟ୍‌ କବିୟାରାସୁ ଶେଷାଦ୍ରିଙ୍କ ନାଁ’ରେ ‘ଏଫ୍‌ଆଇଆର୍‌’ ଦେଇଥିଲେ। ଅଭିଯୋଗରେ ଆଡ୍‌ଭୋକେଟ୍‌ କହିଛନ୍ତି ଯେ, ଜୁଲାଇ ୨୨ ତାରିଖ ଦିନ ସେ ‘ୟୁଟ୍ୟୁବ୍‌’ ସାକ୍ଷାତ୍‌କାର ଭିଡିଓ କ୍ଲିପ୍‌ ଦେଖିଥିଲେ।

ସେପଟେ, ‘ବିଜେପି’ ରାଜ୍ୟ ସଭାପତି ଅନ୍ନାମଲାଇ ଶେଷାଦ୍ରିଙ୍କ ଗିରଫଦାରିକୁ ନିନ୍ଦା କରି କହିଛନ୍ତି, ‘ଡିଏମ୍‌କେ’ ସରକାର ଗିରଫଦାରି ଉପରେ ନିର୍ଭରଶୀଳ।

publive-image Image Courtesy of India Today

ଟୁଇଟ୍‌ କରି ସେ ଲେଖିଛନ୍ତି: ଆଜି ସକାଳେ ପ୍ରଖ୍ୟାତ ପ୍ରକାଶକ ତଥା ମଞ୍ଚ ବକ୍ତା ବଦ୍ରି ଶେଷାଦ୍ରିଙ୍କୁ ତାମିଲନାଡୁ ପୁଲିସ ଗିରଫ କରିବା ଘଟଣାକୁ ରାଜ୍ୟ ‘ବିଜେପି’ ତୀବ୍ର ନିନ୍ଦା କରୁଛି। ଜନସାଧାରଣଙ୍କ ମତର ପ୍ରତିକାର କରିବାର କ୍ଷମତା ନ ଥିବା ‘ଡିଏମ୍‌କେ’ ସରକାର କେବଳ ଗିରଫଦାରି ଉପରେ ନିର୍ଭର କରୁଛି। ତାମିଲନାଡୁ ପୁଲିସର କାମ କ’ଣ କେବଳ ଦୁର୍ନୀତିଗ୍ରସ୍ତ ‘ଡିଏମ୍‌କେ’ ସରକାରଙ୍କ ପ୍ରତିହିଂସାମୂଳକ ପଦକ୍ଷେପ ସବୁକୁ କାର୍ଯ୍ୟକାରୀ କରିବା?